ସହାସପୁରରେ ପାଟପୁର ଥାନାର ଆମ ପୋଲିସ ସଚେତନା ଶିବିର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ଆମ ପୋଲିସ ସମିତି ଏବଂ ସାନଖେମୁଣ୍ଡି ବ୍ଳକ ସାହସପୁର ପଞ୍ଚାୟତର ମିଳିତ ଆନୁକୁଲ୍ୟରେ ଆଜିଏକସଚେତନତା ଶିବିର ସହାସପୁର ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା ଶିବିରରେ ପଞ୍ଚୟତ ରେଜନ ପ୍ରତିନିଧି , ଅଞ୍ଚଳ ମିଶନ ଶକ୍ତି ଅଧୀନ ମହିଳା ଗୋଷ୍ଠି ଅଙ୍ଗନୱାଡ଼ି କର୍ମୀଙ୍କ ସହ ଗ୍ରାମ ବୁଦ୍ଧିଜୀବୀ ଯୋଗଦେଇଥିଲେ।ଆୟୋଜିତ ଏହି ସଚେତନତା ଶିବିରକୁ ସମିତି ସଭ୍ୟା ପ୍ରତିନିଧି ଏ କୈଳାଶ ପାତ୍ର ସଂଯୋଜନା କରିଥିବା ବେଳେ ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସଞ୍ଜୟ କୁମାର ମାହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆମ ପୋଲିସସମିତିରଆଭିମୁଖ୍ୟରେ ପୋଲିସ ଜନ ସଂପର୍କ ର ଉଦ୍ଦେଶ୍ୟ ସଚେତନା ନେଇ ନିଜ ଅଭିବ୍ୟକ୍ତି ରଖିଥିବା ବେଳେ ପୋଲିସ ସହ ଜନ ସାଧାରଣ ଜନତାଙ୍କ ସୁସମ୍ପର୍କ ରହିଲେ ଆଇନ ଶୃଙ୍ଖଳା ସ୍ଥିତି ଅଞ୍ଚଳରେ ବଜାୟ ରହିବା ବୋଲି ମତ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସରପଞ୍ଚଙ୍କ ସହିତ ଉପସ୍ଥିତ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମଣ୍ଡଳୀ ସାମାଜିକ ଚେତନାରେ ପୋଲିସର ଭୂମିକା ଏବଂ ସମ୍ପ୍ରତିକିରେ ପୋଲିସର ସଚେତନାକୁ ନେଇ ନିଜ ଭିତରେ ରହିଥିବା ଅନ୍ଧ ବିଶ୍ବାସ , ସାମାଜିକ କୁସଂସ୍କାର , ଗୁଣିଗାରେଡ଼ି , ନାରୀ ଶିକ୍ଷା ସହ ବାଲ୍ୟ ବିବାହ , କନ୍ୟା ସନ୍ତାନ ଏବଂ କିଶୋରୀ ବାଳିକାଙ୍କ ପାଇଁ ନିର୍ଭୟା କଢ଼ି ଆଦି ଯୋଜନା ସମ୍ବନ୍ଧରେ ଉପସ୍ଥିତ ମହିଳା ମଣ୍ଡଳୀଙ୍କୁ ସଚେତନା କରିଥିଲେ । ଏହା ସହିତ ଆମ ପୋଲିସ ସମିତି ପକ୍ଷରୁ ଟ୍ରାଫିକ ନିୟମ ମାନିବାକୁ ଏବଂ ହେଲମେଟ ପିନ୍ଧି ବାଇକ ଚାଳନା କରିବା , ବାଇକ ଚାଳନା ସମୟରେ ମୋବାଇଲ ବ୍ୟବହାର ନ କରିବାକୁ ନେଇ ସଚେତନା କରାଯାଇଥିଲା । ସାଂପ୍ରତିକ ସମାଜରେ ମୋବାଇଲ ଯୁଗରୁ ଆରମ୍ଭ ହୋଇଥିବା ସାଇବର ଠକେଇ ପ୍ରତି ଦୂରେଇବା ନେଇ ଓଟିପି ସମ୍ବନ୍ଧରେ ସତେତାନତା କରାଯାଇଥିଲା।ପାଟପୁର ଥାନା ପକ୍ଷରୁ ସବ ଇନିସପେକ୍ତର ଶ୍ରୀନିବାସ ଦାଶ,ସନ୍ତୋଷ କୁମାର ମିଶ୍ରଙ୍କ ସହ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମ ସଭାପତି କୈଳାଶ ବିଶୋୟୀଙ୍କ ସହ ସାଧୁ ଚାରଣ ନାହାକ , ଚୂଡାମଣି ସ୍ବାଇଁ ଗୋପାଳ ରାଉଳ , ସଞ୍ଜୀବ ରାଉଳ ଏ ଭୀମ ପାତ୍ର , କାହ୍ନୁ ପଟ୍ଟନାୟକ , ବିନୋଦ ରାଉଳ , ବିଶୁନୁ ରାଉଳ ପ୍ରମୁଖ ବହୁ ବୁଦ୍ଧିଜୀବୀ ଗ୍ରାମବାସି ଉପସ୍ଥିତ ରହି ଯୋଗ ଦେଇ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ