ସାନଖେମୁଣ୍ଡି ଉସ୍ତା ଜଗନ୍ନାଥପୁର ରେ ଜୀବନ ବିନ୍ଦୁ ଶିବିର ୬୪ ୟୁନିଟ ରକ୍ତ ସଂଗ୍ରହ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଓସ୍କାଡ଼ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଆଜି ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥପୁର ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ସ୍ୱାଇଁ ଏବଂ ତାଙ୍କ ଧର୍ମପତ୍ନୀ ଜୟଶ୍ରୀ ସ୍ୱାଇଁଙ୍କ ବିବାହ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରକୁ ଶ୍ରୀ ସ୍ବାଇଁ ଉଦଘାଟନ କରିବା ସହ ପ୍ରଥମେ ଉଭୟ ପତିପତ୍ନୀ ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୪ ଜଣ ରକ୍ତଦାନ କରି ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଫଳ କରିଥିଲେ | କାର୍ଯ୍ୟକ୍ରମରେ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ସୁନୀଲ ଗୌଡ଼, ଜିଲ୍ଲା ସମ୍ପାଦକ ଧିରେନ କୁମାର ରଣା, ଛାତ୍ର ନେତା କାଳୁ ଚରଣ ନାହକ, ଗୌରୀ ଶଙ୍କର ତ୍ରିପାଠୀ, ଯୁବନେତା ମିଥୁନ ସେଠି, ମିଥୁନ ଦାସ, ସୁକୁମାର ପାତ୍ର, ସନ୍ତୋଷ ପ୍ରଧାନ, ବଳରାମ, ସିମାଞ୍ଚଳ ସେଠି, ଶିବ ପ୍ରଧାନ ପ୍ରମୁଖ ରକ୍ତଦାନ କରିବା ସହିତ ଶିବିରର ସଂଯୋଜନା କରିଥିଲେ |ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ବରିଷ୍ଠ ବିଜେଡି ନେତା କୈଳାସ ପାତ୍ର, କେ.ଭେଙ୍କିଟି, ବ୍ଲକ ଉପାଧକ୍ଷ ପ୍ରତିନିଧି ସଞ୍ଜୟ ନାୟକ, ସରପଞ୍ଚ ଅଳୟ ଦାସ, ଶିବ ପ୍ରଧାନ, ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ, ଦନାର୍ଦନ ପଲେଇ ସଂଗ୍ରାମ କେଶରୀ ବିଶୋଇ ପ୍ରମୁଖ ଜନ ପ୍ରତିନିଧି ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ