ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୂପାନ୍ତରୀକରଣ ନାମରେ ୫କୋଟି ୬୮ଲକ୍ଷ ୮୧ ହଜାର ଖର୍ଚ୍ଚ କାହା ସ୍ୱାର୍ଥରେ….?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କଂଗ୍ରେସ କମିଟି ତରଫରୁ ଜିଲ୍ଲା ସ୍ତରୀୟ ପାରଳାଖେମୁଣ୍ଡି ଡାକ୍ତରଖାନାର ରୂପାନ୍ତୀକରଣରେ ବ୍ୟାପକ ଅର୍ଥ ବ୍ୟୟ କରାଯାଇଥିଲେ ମଧ୍ୟ ଲୋକେ ଏହାର କୌଣସି ସୁଫଳ ପାଇପାରୁନାହାନ୍ତି ବୋଲି ଅସନ୍ତୋଷ ପ୍ରକାଶ କରି ଅଭିଯୋଗ କରାଯାଇଛି. ଏହି ରୂପାନ୍ତିକରଣ ନାମରେ ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା କିଏ ଓ କାହା ସ୍ୱାର୍ଥରେ ବ୍ୟୟ କରିଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି. ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ଅପରାହ୍ନ ୫ଘଣ୍ଟା ସମୟରେ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା ।ଏଥିରେ ସେ ଆମ ଗଜପତି ଜିଲ୍ଲା ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇଛନ୍ତି ଯେ, ଗତ ଫେବୃଆରୀ ମାସ ୨୬ ତାରିଖ ଦିନ ପାରଳାଖେମୁଣ୍ଡି ସହରରେ ଥିବା ଶ୍ରୀ କ୍ରୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଖେଳ ପଡିଆରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବିରାଟ ଵଡ ଟେଣ୍ଟ ପକାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ ବୋଲି ମିଛ କହି ବିଭିନ୍ନ ସ୍ଥାନରୁ ଲୋକ ମାନଙ୍କୁ ବୋସ ରେ ଆଣି ଏହି କଲେଜ ପଡ଼ିଆରେ ଖାଇବା ପିଇବା ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ ଓ ବିଜୁ ଜନତା ଦଳର ପି ଆର ସଭ୍ୟ ବିଜୁଜନତା ଦଳର ପ୍ରଶାସନୀକ ଅଧିକାରୀଙ୍କ ଉପସ୍ଥିତ ରେ ଆମ ହସ୍ପିଟାଲ ରୁପାନ୍ତରୀଣ କାର୍ଯ୍ୟକ୍ରମ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡି ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରିକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତରୀକରଣ କରାଯାଇଥିଲା। ହସ୍ପିଟାଲ ରୂପାନ୍ତରୀକରଣ ହେବା ଦ୍ବାରା ଜିଲ୍ଲାର ସମସ୍ତ ଜନସାଧାରଣ ବହୁତ ଉପକୃତ ହେବେ ବୋଲି ପ୍ରଚାର ହୋଇଥିଲା। ଆଜିର ଏହି ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସିବେ ବୋଲି ସମସ୍ତ ଙ୍କୁ କହିଥିଲେ ଓ ବିଭିନ୍ନ ସ୍ଥାନରୁ ଲୋକ ମାନଙ୍କୁ ବସରେ ଅଣାଯାଇଥିଲା। ଆସିଥିବା ଲୋକମାନେ ଯେତେବେଳେ ଜାଣିଲେ ଯେ ଆମକୁ ମିଛ କହି ବସରେ ହଜାର ହଜାର ଲୋକମାନଙ୍କୁ ଅଣାଯାଇଥିଲା ମୁଖ୍ୟମନ୍ତ୍ରୀ ଆସିବେନି ଜାଣିଲେ ଯେତେବେଳେ ଲୋକେ ପ୍ରକୃତ ବିଷୟ ଜାଣିବା ପରେ ଟେଣ୍ଟ ଖାଲି ହୋଇ ବାହାରକୁ ଚାଲିଗଲେ ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜେଡ଼ି କାର୍ଯ୍ୟକ୍ରମ କରୁଥିବା ଅଭିଯୋଗ ଉଠାଇଛନ୍ତି ନଗର କଂଗ୍ରେସ୍ କମିଟି ର ସଭାପତି। ଏହା ସହିତ ସେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଶଚିବ ଓ ଗଜପତି ଜିଲ୍ଲା ପ୍ରଶାସନ କୁ ପ୍ରଶ୍ନ କରିଛନ୍ତି ଯେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆବାସୀ ମାଧ୍ୟମରେ ଶୁଭ ଉଦ୍ଘାଟନ କରିବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିର ୫ କୋଟି ୬୮ ଲକ୍ଷ ୮୧ ହଜାର ଟଙ୍କା ରେ ରୂପାନ୍ତରୀକରଣ କରାଯାଇଛି ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚନ୍ଦ୍ରଗିରି ର ୨ କୋଟି ୭୮ ଲକ୍ଷ ଟଙ୍କା ରେ ରୂପାନ୍ତରୀକରଣ କରାଯାଇଥିଲା ହେଲେ କର୍ପୁର ପଡ଼ିଯାଇଛି କିନ୍ତୁ କନା ବାକି ରହିଛି। ସେହି ପରି ପୁରୁଣା କୋଠା କୁ ନୁଆ ରଙ୍ଗରେ ସଜାଇବା ଲୋକଙ୍କ ସେବାରେ ଆସିବ ନାହିଁ। ଦୁର୍ଭାଗ୍ୟର ବିଷୟ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ରେ ସରକାରଙ୍କ ସେଙ୍ଗସେନ ଡାକ୍ତର ୧୦୯, ବର୍ତମାନ କାଯ୍ୟାରତ ରେ ୩୩ଡାକ୍ତର ଥିବା ବେଳେ ଖାଲି ପଡିଥିବା ଡାକ୍ତର ୭୬ ହେଲେ ଏଠାରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପ୍ରଶାସନିକ ଅଧିକାରୀ ଙ୍କୁ ଓ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ହସ୍ପିଟାଲ ରୁପାନ୍ତରିଣ କୋଠାକୁ ରଙ୍ଗ ମାରି ସଜାଡ଼ିବା ରେ ଲୋକଙ୍କ ସେବାରେ ଆସିବ ନାହିଁ। ଲୋକଙ୍କ ସେବା ନିମନ୍ତେ ଡାକ୍ତର ଆବଶ୍ୟକ। କୋଟି କୋଟି ଟଙ୍କା ବ୍ୟୟ ଅଟକଳ ମଞ୍ଜୁର କରିବା ଅନାବଶ୍ୟକ ଖର୍ଚ୍ଚ କରିବା ଆବଶ୍ୟକ ନାହିଁ ଏହା ସମସ୍ତ ପଇସା ରାଜକୋଷ ରୁ ହିଁ ଖର୍ଚ୍ଚ ହେଉଛି, କାହାର ପୈତୃକ ସଂପତ୍ତି ନାହିଁ। ତେଣୁ ଏଠାରେ ସଠିକ୍ ଡାକ୍ତର ଆବଶ୍ୟକ, ସଠିକ ସେବା ଆବଶ୍ୟକ ରହିଛି।ଵିନା ଡାକ୍ତର ରେ ଡ଼ାକ୍ତରଖାନା କେମିତି ପରିଚାଳିତ ହେବ। ଏବଂ ୫ଟି ନାମରେ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ଓ ଖର୍ଚ ଉପରେ ପୂଙ୍ଖାନୁ ପୂଙ୍ଖ ତଦନ୍ତ ଆବଶ୍ୟକ ରହିଛି। ଏଥିପାଇଁ ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ ରହିଛି ବୋଲି ବସନ୍ତ କୁମାର ପଣ୍ଡା ନଗର କଂଗ୍ରେସ୍ କମିଟି ଅଭିଯୋଗ ଆଣିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ କୁନା ମାଝୀ, ସୂର୍ଯ୍ୟ ନାରାୟଣ ପାତ୍ର,ମୁନା ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ