ନୂଆଗଡରେ ବିକାଶର ଆଲୋକ ଖୋଜୁଛନ୍ତି ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଦୁର୍ଗମ ନୂଆଗଡ ବ୍ଲକ ବିକାଶ ଠାରୁ ବହୁ ଦୂରରେ ରହିଛି. ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, କୃଷି ଆଦି ପ୍ରତେକ କ୍ଷେତ୍ରରେ ଏହି ଅଞ୍ଚଳ ଅବହେଳିତ ହୋଇ ପଡି ରହିଛି. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ବିକାଶ ନାମରେ ବ୍ୟୟ କରାଯାଉଥିଲେ ସୁଦ୍ଧା ଏହି ନୂଆଗଡ଼ ବ୍ଲକର ଲୋକେ ବିକାଶର ଆଲୋକକୁ ଖୋଜୁଛନ୍ତି. ହେଲେ ଏହି ଅଞ୍ଚଳରେ ଫେଲ ମାରିଛି ବିକାଶ. ଆଜି ବି ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଲୋକେ. ନୂଆଗଡ ଠାରୁ ଲୁହାସିଂ ରାସ୍ତା ମରଣଯନ୍ତା ପାଲଟିଛି. ଏହି ଅଞ୍ଚଳର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ନକଲେ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବୁ. ଗଜପତି ଜିଲ୍ଲା ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳ ନୂଆଗଡ଼ ବ୍ଲକ ସଦର ମହକୁମା ଠାରୁ ଲୁହାସିଂ ଗ୍ରାମ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପରିତ୍ୟକ୍ତ ଅବସ୍ଥାରେ ରହି ମରଣ ଯନ୍ତା ପାଲଟିଛି। ଦୀର୍ଘ ବର୍ଷ ହବ ରାସ୍ତାର ମରାମତି କାର୍ଯ୍ୟ ହୋଇନାହିଁ। ବର୍ତମାନ ରାସ୍ତାର ଅବସ୍ଥା କହିଲେ ନସରେ ପିଚୁ,ପଥର ମେଟେଲ ଉଠି ଖାଲ ଖମାରେ ଭର୍ତ୍ତି ହୋଇଛି। ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଅଞ୍ଚଳର ଲୋକେ ଯାତାୟାତ ପାଇଁ ନାହିଁ ନଥିବାର ସମ୍ମୁଖୀନ ହେଉଛନ୍ତି। ଏବିଷୟ ନେଇ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାପ୍ରଶାସନ ଜନ ଅଭିଯୋଗ ଶୁଣାଣିରେ ବାରମ୍ବାର ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ବିଭାଗୀୟ ଏବଂ ପ୍ରଶାସନିକ ଅଧିକାରୀ ନିରବଦ୍ରଷ୍ଟା ସାଜି ପକା ରାସ୍ତା କରିବା ପାଇଁ ତତ୍ପରତା ଦେଖାଉ ନଥିବାରୁ ଅଞ୍ଚଳର ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ସମସ୍ତ ଜନ ପ୍ରତିନିଧି ଓ ବୁଦ୍ଧିଜୀବି ମାନଙ୍କ ମହଲରେ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ଏହି ରାସ୍ତା କାର୍ଯ୍ୟ ହୋଇଥିଲା କିନ୍ତୁ ପୂର୍ତ୍ତ ବିଭାଗ ଏହାର ଦାଇତ୍ପ ନେଲାପରେ ବହୁ ବର୍ଷ ପୂର୍ବରୁ ନିମ୍ନ ମାନର ମରାମତି କରାଯାଇ ଥିଲା। ତେଣୁ ବାରମ୍ବାର ରାସ୍ତା ଉପରୁ ପିଚୁ, ମେଟେଲ ଉଠି ଯାଉଥିବା ଅଭିଯୋଗ ହେଉଛି। କିନ୍ତୁ ପୂର୍ତ୍ତ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି ଯୋଗୁ ଦୀର୍ଘ ବର୍ଷ ହବ ଏହି ରାସ୍ତାର ମରାମତି ହୋଇନାହିଁ। ତେଣୁ ଅଞ୍ଚଳର ଲୋକେ ମେଳି ବାନ୍ଧିବା ଆରମ୍ଭ କରି ସାଧାରଣ ନିର୍ବାଚନ ପୂର୍ବରୁ ପକା ରାସ୍ତା ନିର୍ମାଣ ନକଲେ ନିର୍ବାଚନରେ ଭୋଟ ବର୍ଜନ କରିବୁ ବୋଲି ଚେତାବନୀ ଦେଉଛନ୍ତି ଲୁହାଙ୍ଗର ସରପଞ୍ଚ ସୁଭାଷିନୀ ମଣ୍ଡଳ ଏବଂ ଅଞ୍ଚଳ ବାସି। ଏହି ରାସ୍ତାରେ ଗୁମ୍ମା ବ୍ଲକ ଦେଇ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବାରୁ ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ଦିନ ସହ ସହ ଲୋକେ ବିଭିନ୍ନ ଯାନ ବାହାନାରେ ଯିବା ଆସିବା କରିଥାନ୍ତି। ରାସ୍ତାର ଦୟନୀୟ ଅବସ୍ଥାରେ ଥିବାରୁ ଲୋକେ ୧୫କିମି ବୁଲି ବୁଲି ଯିବାକୁ ପଡୁଛି। ସେହିଭଳି ଲୁହାଙ୍ଗର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଲୁହାସିଂ, ଟାକବୁଲ, ସୌରୀ, ତୋଣ୍ଡରି, ଲୁହାଙ୍ଗର, ବଗାରି ଗ୍ରାମ ବଳି ଅନେକ ଗ୍ରାମର ଲୋକେ ବ୍ଲକର ସଦର ମହକୁମାରେ ରହିଥିବା ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ, ବାଣିଜ୍ୟ କାରବାର ନିମନ୍ତେ ଏହି ରାସ୍ତା ଦେଇ ହିଁ ନୀତି ଯିବା ଆସିବା କରିଥାନ୍ତି। ତେଣୁ ବିଭାଗୀୟ ଅଧିକାରୀ ଏବଂ ପ୍ରଶାସନ ଏହି ରାସ୍ତା ପ୍ରତି ଦୃଷ୍ଟି ଦେଇ ରାସ୍ତାର ପ୍ରଶସ୍ତି କରଣ ଏବଂ ଉନ୍ନତି ମୂଳକ ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳ ବାସି। ଏବିଷୟ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ କରଙ୍କୁ ପଚାରିବାରୁ ନୂଆଗଡ଼ରୁ ସେରଙ୍ଗ ପର୍ଯ୍ୟନ୍ତ ୧୬.୬୦୦ କିମି ଗୋଟିଏ ରାସ୍ତା କିନ୍ତୁ ନୂଆଗଡ଼ ଠାରୁ ଲୁହାସିଂ ପର୍ଯ୍ୟନ୍ତ ୬.୩୦୦ କିମି ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି ଅନ୍ୟପଟକୁ ଲୁହାସିଂ ଠାରୁ ସେରଙ୍ଗ ପର୍ଯ୍ୟନ୍ତ ୧୦.୩୦୦ କିମି ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତରେ ଅଛି। ତଥାପି ନୂଆଗଡ଼ ଠାରୁ ଲୁହାସିଂ ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ପ୍ରପୋଜଲ୍ ଦିଆ ହୋଇଛି। ସ୍କୁଟିନ ପରେ ଟେଣ୍ଡର ପ୍ରକ୍ରିୟା କରାଯାଇ ନୂତନ ଭାବରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ