କାଶୀନଗର ବ୍ଲକରେ ୫ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ବ୍ଲକ ମଧ୍ୟରେ ଥିବା ପାଞ୍ଚୋଟି ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଲୋକାର୍ପିତ ହୋଇଛି ।ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ଏହି ଯୁଗାନ୍ତକାରୀ ଯୋଜନା ଯାହାକି ଯେଉଁ ପଂଚାୟତ ମାନଙ୍କରେ ବ୍ୟାଙ୍କ ସୁବିଧା ପହଂଚି ପାରୁ ନାହିଁ ସେହି ପଞ୍ଚାୟତ ମାନଙ୍କୁ ଚି଼ହ୍ନଟ କରି ସେଠାର ଗର୍ଭବତୀ ମହିଳା, ବିକଳାଙ୍ଗ, ବୟସ୍କ ଲୋକଙ୍କ ନିକଟରେ ବ୍ୟାଙ୍କ ସୁବିଧା କରିବା ପାଇଁ ଏହି ଆମ ବ୍ୟାଙ୍କ ଯୋଜନା ହୋଇଛି । କାଶୀନଗର ବ୍ଲକ ର ଅଲଡା, ଗରିବନ୍ଧା, ଖାରଡ଼ା, ସିଦ୍ଧାମଡ଼ଙ୍ଗ ଓ ପାର୍ତ୍ତଡା ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵିତୀୟ ପର୍ଯାୟ ଉଦ୍ଘାଟନ ରେ ସାମିଲ ହୋଇଥିଲା । ଏହି ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମରେ ଗରିବନ୍ଧା ପଞ୍ଚାୟତରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ ଉପସ୍ଥିତ ଥିବା ବେଳେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା ଅଲଡା ଓ ସିଦ୍ଧାମଡ଼ଙ୍ଗ ପଞ୍ଚାୟତ ଠାରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ