ତପ୍ତପାଣି ଘାଟିରେ ପାହାଡକୁ ପିଟିଲା ବରଯାତ୍ରୀ ଗାଡ଼ି ଦୁର୍ଘଟଣା ୧୦ ଆହତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ – ଗଜପତି ସୀମାନ୍ତ ପାଟପୁର ଥାନା ଅର୍ନ୍ତଗତ ତପ୍ତପାଣି ଘାଟିରେ ରବିବାର ଅପରାହ୍ନରେ ଏକ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସିଚନା ପ୍ରକାରେ ଦିଗପହଣ୍ଡି ବ୍ଳକ ମେଘଝୋଳି ପେଣ୍ଠା ଗ୍ରାମରୁ ଗୁପ୍ତେଶ୍ୱର ନାମକ ଏକ ଘରୋଇ ବସ ଯୋଗେ ଗଜପତି ଜିଲ୍ଲା ଚାନ୍ଦିପୁଟ ଗ୍ରାମକୁ ବାହାଘର ନିମନ୍ତେ ବରଯାତ୍ରୀ ପକ୍ଷରୁ ୪୦ରୁ ଉର୍ଦ୍ଧ୍ବ ଜଣ ଯାଇଥିଲେ । ସେଠାରେ ଭୋଜି ଖାଇସାରି ଅପରାହ୍ନରେ ଫେରୁଥିବା ବେଳେ ତପ୍ତପାଣି ଘାଟି ନିକଟରେ ବସ୍ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ଵରେ ଥିବା ପାହାଡକୁ ଧକ୍କା ଦେଇଥିଲା ଯାହାଫଳରେ ବସ ରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି।ଖବରପାଇ ଘଟଣାସ୍ଥଳରେ ୩ ଟି ଆମ୍ବୁଲାନ୍ସ , ଦିଗପହଣ୍ଡି ସାନଖେମୁଣ୍ଡି ଦମକଳ ବାହୀନି , ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ସ୍ଥାନୀୟ ଫାଣ୍ଡି ଅଧିକାରୀ ପରମେଶ୍ବର ମଲ୍ଲିକ ପୋଲିସ କର୍ମଚାରୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସମସ୍ତ ଆହତଙ୍କୁ ଦୁର୍ଘଟଣା ଗ୍ରସ୍ତ ବସରୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଥିମଧ୍ୟରୁ କିଛି ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିପାରିଛି । ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଞ୍ଚି ଆହତ ଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝି ଫେରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ