ଶିକ୍ଷାବିତ୍ ସ୍ୱର୍ଗତ ଚାରୁ ଚନ୍ଦ୍ର ନାୟକଙ୍କ ସ୍ମୃତିଚାରଣ ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଗଭରପୁର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ଚାରୁ ଚନ୍ଦ୍ର ନାୟକଙ୍କ ଏକାଦଶାହକ୍ରିୟା ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବନ୍ତ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡଃ.ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗ ଦେଇ ସ୍ୱର୍ଗତ ନାୟକ ଜଣେ ଆଦର୍ଶ ଶିକ୍ଷକ ଥିଲେ ବୋଲି କହିଥିଲେ । ଏଥିସହ ନାୟକ ପରିବାର ସହିତ ମୋର ଦୀର୍ଘ ୧୫ ବର୍ଷର ସଂପର୍କ । ସେମାନଙ୍କର ଋଣ କେବେ ସୁଝି ପାରିବି ନାହିଁ ବୋଲି କହିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକଙ୍କ ନୀତି ଓ ଆଦର୍ଶ ସଂପର୍କରେ ବଡପୁଅ ତଥା ନାଟ୍ୟକାର ଡଃ.ସୁଧାଂଶୁ ଶେଖର ନାୟକ, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟର ଅଧ୍ୟାପକ ସରେଶ ନାୟକ, ଝିଅ ତଥା ତରତରା ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ନାୟକ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଂପାଦକ ଅଭିମନ୍ୟୁ ସେଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ବଦ୍ରୀ ନାରାୟଣ ଧଳ, ପୂର୍ବତନ ରାଜ୍ୟ ବିଜେପି ସଙ୍ଗଠନ ସଂପାଦକ ପଞ୍ଚାନନ ରାଉତ, ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ, ବିଜେପିର ଭଦ୍ରକ ବିଧାନ ସଭା ନେତା ଡାକ୍ତର ପ୍ରଦୀପ କୁମାର ନାୟକ, ସହିଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷକ ଜଗନ୍ନାଥ ପାତ୍ର, ଭଦ୍ରକ କଲେଜର ଅବସରପ୍ରାପ୍ତ ପ୍ରଫେସର ଶଶଧର ଦାସ, ଅବସରପ୍ରାପ୍ତ ଅଧ୍ୟାପକ ରାଜ କିଶୋର ଆଚାରୀ, ଶିକ୍ଷାବିତ୍ ଗୋବିନ୍ଦ ଚନ୍ଦ୍ର ବାରିକ, ସୂର୍ଯ୍ୟମଣି ରାଉଳ, ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଲକ ଅଧ୍ୟକ୍ଷ ମନୋରଂଜନ ଘଡେଇ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ସାହିତ୍ୟିକ ଚତୁର୍ଭୁଜ ପହି, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ସମାଜସେବୀ ଉତ୍କଳ କେଶରୀ ବିଶ୍ୱାଳ, ତ୍ରିଲୋଚନ ପଣ୍ଡା, ଧନେଶ୍ୱର ଖିଲାର, ଶିକ୍ଷକ ଅଜୟ କୁମାର ପୃଷ୍ଟି, ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ବିଜେପି ନେତ୍ରୀ ତପସ୍ୱିନୀ ମହାପାତ୍ର, ଶିକ୍ଷକ ରମାକାନ୍ତ ରାଉତ, ରମାକାନ୍ତ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଅତିଥି ମାନଙ୍କ ଦ୍ୱାରା ‘ସ୍ମୃତିରେ ଗୁରୁଜୀ’ ସ୍ମରଣୀକା ଉନ୍ମୋଚିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ