୨୫୨୨ ପିଲା ଙ୍କୁ ଦିଆଗଲା ପୋଲିଓ ବୁନ୍ଦା
ନିମାପଡ଼ା, (ସନ୍ତୋଷ ଦାଶ):ରବିବାର ଦିନ ସାରା ରାଜ୍ୟ ରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆ ଯାଇଥିଲା। ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ରେ ଥିବା ନୟାହାଟ ଉପ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳ ରେ ୧୫ ଟି ବୁଥ୍ ରେ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦିଆଯାଇଥିଲା ବୋଲି କହିଛନ୍ତି ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଜସ୍ମୀନ ଆଫ୍ରୋଜ। ତାଙ୍କ ସୂଚନାନୁସାରେ ନୟାହାଟ ଅଞ୍ଚଳ ର ୧୫ ଟି ବୁଥ ରେ ୨ ହଜାର ୭୨୯ ଶିଶୁ ଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ସଂଧ୍ୟା ସୁଦ୍ଧା ୨ ହଜାର ୫୨୨ ଜଣ ଶିଶୁ ଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଥିଲା। ନିଜେ ଡଃ. ଆଫ୍ରୋଜ୍ ନୟାହାଟ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏହି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।