ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ପ୍ରଦାନ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡା କଲେଜ ମେନ ବ୍ଲକ ରେ ହେଉଥିବା ନୂଆ -ଓ ଛାତ୍ର ବୃତ୍ତି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବୃତ୍ତି ରାଶି ପ୍ରଦାନ କରିବା ସହ , ନୂଆ -ଓ ଛାତ୍ର ବୃତ୍ତି ଦ୍ଵାରା ଉଚ୍ଚ ଶିକ୍ଷା ରେ ଅର୍ଥ ଆଉ ବାଧକ ସାଜିବନୀ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ ।ବାର୍ଷିକ ବୃତ୍ତି ଭାବେ ଛାତ୍ର ମାନଙ୍କୁ ୯ ହଜାର ଟଙ୍କା ଏବଂ ଛାତ୍ରୀ ମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ତଥା ନିର୍ମାଣ ଶ୍ରମିକ ଙ୍କ ପୁଅ ମାନଙ୍କୁ ୧୦ ହଜାର ଏବଂ ଝିଅ ମାନଙ୍କୁ ୧୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।କଲେକ ପରିଚାଳନା କମିଟି ସଭାପତି ଜଗତ ପ୍ରସାଦ ସାବୁତ ସଭା ପରିଚାଳନା କରିଥିଲେ ।କଲେଜ ଅଧ୍ୟକ୍ଷା ଶ୍ରୀମତୀ ପୁଷ୍ପିତା ରାଜଗୁରୁ ବିଧାୟକ ଙ୍କୁ ପୁଷ୍ପ ମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ୨ ହଜାର ୩୭୦ ଜଣ ଛାତ୍ର ଛାତ୍ରୀ ଙ୍କୁ ବୃତ୍ତି ପ୍ରଦାନ କରାଯାଇଥିଲା।