ବି ଏସ କେ ୱାଇ ନବୀନ କାର୍ଡ ବଣ୍ଟନ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଏସ କେ ୱାଇ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଥିବା ବେଳେ ନିମାପଡ଼ା ରେ ସ୍ଥାନୀୟ ବିଧାୟକ ସମୀର ରଞ୍ଜନ ଦାଶ ଙ୍କ କରକମଳରେ ୧୨ ଘଟିକା ସମୟରେ ନିମାପଡା ଟାଉନ ହଲ ଠାରେ ନିମାପଡା ବ୍ଲକ ର ୬୫୯ ଜଣ ହିତାଧିକାରୀ ମାନଙ୍କୁ ବି.ଏସ.କେ.ୱାଇ ନବୀନ କାର୍ଡ ବଣ୍ଟନ ହୋଇଥିଲା। ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ବିଧାୟକ ଶ୍ରୀ ଦାଶ ଙ୍କ ସହିତ ବ୍ଲକ ଉପାଧ୍ୟକ୍ଷା ଅନୁସୟା ମହାନ୍ତି,ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ବିଡ଼ିଓ ଭୁବନାନନ୍ଦ ପଟ୍ଟନାୟକ ,ପୂର୍ବତନ ଉପାଧ୍ୟକ୍ଷ ଅଜୟ ସ୍ୱାଇଁ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।