ବିଜେପି ନେତା ଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ନିର୍ବାଚନମଣ୍ଡଳୀ ର ସ୍ୱର୍ଗତ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ମଲ୍ଲିକ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଚାରିଛକ ର ଏକାନ୍ତ ଆଶ୍ରମ ଠାରେ ପାଳିତ ହୋଇଥିଲା। ବିଜୟ କୁମାର ବେହେରା, ସଞ୍ଜୟ ବାରିକ,ସୁନିଲ କାଣ୍ତୀ, ରମେଶ ଜେନା, ପ୍ରସନ୍ନ କୁମାର ସ୍ଵାଇଁ, ପର୍ଶୁରାମ ପ୍ରଧାନ, ଦୁର୍ଯ୍ୟୋଧନ ପଟ୍ଟନାୟକ,ଉମାକାନ୍ତ ଭୋଇ, ଜୟୀରାମ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମଲ୍ଲିକ ଙ୍କ ସ୍ମୃତି ଚାରଣ କରିଥିଲେ।