ଟିପିଏନ୍‌ଓଡିଏଲ୍ ପକ୍ଷରୁ ଅମୃତ କୁମ୍ଭ’ ବିଜେତାଙ୍କ ନାମ ଘୋଷଣା

ବାଲେଶ୍ଵର, (ସରୋଜ ପଣ୍ଡା):‘ନୂତନବର୍ଷ ଅମୃତ କୁମ୍ଭ’ ଅଫରର ଭାଗ୍ୟଶାଳୀ ବିଜେତାଙ୍କ ନାମ ଟିପିଏନ୍‌ଓଡିଏଲ୍ ପକ୍ଷରୁ ଘୋଷଣା ହୋଇଛି । ନୂତନବର୍ଷ ଅବସରରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଫର ଉପଲବ୍ଧ କରାଯାଇଥିବା ବେଳେ ଲକି ଡ୍ର ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ସୋମବାର ସଂଧ୍ୟାରେ ବାଲେଶ୍ଵର ସ୍ଥିତ ଟିପିଏନଓଡିଏଲ ମୁଖ୍ୟାଳୟରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦ୍ବିଜଦାସ ବସକ୍‌ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବସକ୍ କହିଥିଲେ ବାଲେଶ୍ଵର, ବାରିପଦା, କେନ୍ଦୁଝର, ଭଦ୍ରକ, ଯାଜପୁର ବୈଦୁତିକ କ୍ଷେତ୍ରରୁ ଲକି ଡ୍ର ମାଧ୍ୟମରେ ବିଜେତା ଚୟନ କରାଯାଇ ପ୍ରତିମାସ ୧୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ପୁରସ୍କୃତ କରାଯିବ ଏବଂ ଭାଗ୍ୟଶାଳୀ ବିଜେତାଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ବିଲ୍ ପେ ଆଣ୍ଡ ୱିନ୍ ଯୋଜନା ଅଧୀନରେ ଏହି ପୁରସ୍କାର ପାଇଁ ପ୍ରତି ମାସ ଶେଷରେ ଶୂନ୍ୟ ବକେୟା ଥିବା ସମସ୍ତ ଗ୍ରାହକ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି କ୍ରମରେ ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ୩ମାସରେ ମୋଟ୍ ୪୫୦ ଜଣ ଭାଗ୍ୟଶାଳୀ ଉପଭୋକ୍ତା ଚୟନ ହୋଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଟିପିଏନ୍‌ଓଡିଏଲ୍‌ର ମୁଖ୍ୟ ପରିଚାଳକ ନୀଲେଶ ପୋଟଫୋଡ଼େ, ମୁଖ୍ୟ ବାଣିଜ୍ୟିକ ଅଧିକାରୀ ପରବିନ୍ ବର୍ମା, ରେଭିନ୍ୟୁ କଲେକ୍‌ସନ ଗ୍ରୁପ୍ ହେଡ୍ ଶୁଭୋଜ୍ୟୋତି ଦାସ, ଲୋକ ସମ୍ପର୍କ ଅଧିକାରୀ ଚିତ୍ତରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ