ନବୀନ ପଟ୍ଟନାୟକଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ଶପଥ ନେଲେ ହଜାର ହଜାର ବିଜେଡି କର୍ମୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଓଡିଶାର ମୁକୁଟ ବିହୀନ ସମ୍ରାଟ, ଭୁମିପୁତ୍ର, କଳିଙ୍ଗ ସମ୍ରାଟ ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୮ ତମ ଜନ୍ମ ଜୟନ୍ତୀ କାକଟପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇଯାଇଛି। ଖବରରୁ ପ୍ରକାଶ ଯେ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ କାକଟପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ବରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକ, କୋଣାର୍କ ଏନଏସି, ଗୋପ ବ୍ଲକ ଓ କାକଟପୁର ବ୍ଲକର ହଜାର ହଜାର ସଂଖ୍ୟାରେ ବିଜେଡି ପୁରୁଖା ନେତା ଓ ବିଜେଡି କର୍ମୀ କୋଣାର୍କ ରିଙ୍ଗ ରୋଡ ଛକ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଜୁ ପଟ୍ଟନାୟକ ଅମର ରହେ, ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନି ଦେଇ ଚନ୍ଦ୍ରଭାଗା ସ୍ଥିତ ଛୋଟାରାମ ଦାସ ଆଶ୍ରମ ଠାରେ ପହଞ୍ଚି ଥିଲେ। ସେଠାରୁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କ ନେତୃତ୍ବରେ ଏକ ବିରାଟ ପଟୁଆରରେ ବିଜେଡି ଜିନ୍ଦାବାଦ, ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜୁ ପଟ୍ଟନାୟକ ଅମର ରହେ ବୋଲି ସ୍ଲୋଗାନ ଦେଇ ଚନ୍ଦ୍ରଭାଗା ଛକ ଠାରେ ଥିବା ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଜେଡି ନେତା ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ସେଠାରେ ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଭୂତପୂର୍ବ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅସ୍ତରଙ୍ଗ ବ୍ଲକ ଉପାଧ୍ୟକ୍ଷ ଦୁର୍ଜୟ କୁମାର ମିଶ୍ର ପ୍ରମୁଖ ବିଜୁବାବୁଙ୍କୁ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାକଟପୁର, ଗୋପ, ଅସ୍ତରଙ୍ଗ ବ୍ଲକ ସମେତ କୋଣାର୍କ ଏନଏସି ଅଧିନସ୍ଥ ୧୩ଗୋଟି ଓ୍ବାର୍ଡର ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିବା ବିଜେଡି କର୍ମୀ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଓ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ କରିବା ପାଇଁ ବଜ୍ର ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ବିଶ୍ବାଳ, ବିଜେଡି ନେତା ସାଇ ରଂଜନ ପ୍ରଧାନ, କୋଣାର୍କ ଏନଏସି ବିଜେଡି ନେତା ବିମ୍ବାଧର ବେଉରା, ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ କୁମାର ପାତ୍ର, କାକଟପୁର ବ୍ଲକର ବରିଷ୍ଠ ବିଜେଡି ନେତା ପ୍ରମୋଦ କିଶୋର ଦାସ, ଦେସ୍ଥଳୀ ସମିତି ସଭ୍ୟ ଭକ୍ତ ଦାସ, ସୋରଭା ସମିତି ସଭ୍ୟ ପ୍ରଫୁଲ୍ଲ କୁମାର ସ୍ଵାଇଁ, କାଦୁଆନୂଆଗାଁ ସରପଞ୍ଚ କୃଷ୍ଣ ଚନ୍ଦ୍ର ଜେନା, ଯୁବ ନେତା କାର୍ତ୍ତିକ ମଲ୍ଲିକ, ଯୁବନେତା କୃଷ ଚନ୍ଦ୍ର ବେହେରା, ବାଙ୍ଗୁରିଗାଁ ସରପଞ୍ଚ ପ୍ରାର୍ଥ ବେହେରାଙ୍କ ସମେତ କାକଟପୁର ବ୍ଲକ, କୋଣାର୍କ ଏନଏସି, ଅସ୍ତରଙ୍ଗ ବ୍ଲକ ଓ ଗୋପ ବ୍ଳକର ବରିଷ୍ଠ ବିଜେଡି ନେତା, ନିର୍ବାଚିତ ଲୋକପ୍ରତିନିଧି, ପୂର୍ବତନ ଲୋକ ପ୍ରତିନିଧି ମାନଙ୍କ ସମେତ ଏକ ହଜାରରୁ ଊର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ