ଡେଲାଙ୍ଗରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଡେଲାଙ୍ଗ, (ଯୁଗାବ୍ଦ ନ୍ୟୁଜ):ନେହୁରୁ ଯୁବ କେନ୍ଦ୍ର,ପୁରୀ ଓ ଇଣ୍ଟେଲେକଚୁଆଲ କ୍ଳବ, ଘୋରଡ଼ିଆ, ଡେଲାଙ୍ଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ଆଞ୍ଚଳିକ ଦକ୍ଷତା ବିକାଶ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଆନ୍ତର୍ଜାତୀୟ ମହିଳା ଦିବସ ବିଗତ ୧୯୧୧ ମସିହାରୁ ପାଳନ ହୋଇ ଆସୁଥିବା ବେଳେ ବର୍ତମାନ ଏହି ଦିବସର ଯଥାର୍ଥତା ସମସ୍ତେ ଅନୁଭବ କରି ପାରୁଛନ୍ତି। ମହିଳା ମାନେ କେବଳ ପରିବାର ମଧ୍ୟରେ ସୀମିତ ନ ରହି ରାଜ୍ୟ ତଥା ଦେଶ ଓ ବିଶ୍ୱ ସ୍ତରରେ ସେମାନଙ୍କ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।ମହିଳା ମାନଙ୍କ ପାଖରେ ସବୁ କ୍ଷେତ୍ରରେ କାର୍ଯ୍ୟ କରିବାର ଦକ୍ଷତା, ଅଭିଜ୍ଞତା ସହିତ ସକାରାତ୍ମକ ମନୋଭାବ ରହିଛି।କାର୍ଯ୍ୟାଳୟ ହେଉ କ ପରିବାର ମହିଳା ଓ ପୁରୁଷ ମାନଙ୍କ ମଧ୍ୟରେ କୌଣସି ଲିଙ୍ଗଗତ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ। କେବଳ ଆଜିର ଦିନରେ ଉତ୍ସବ ପାଳନ କରିବା ସମ୍ମାନ ଦେବା ଉଚିତ୍ ନୁହେଁ, ବରଂ ସବୁ ଠାରେ ସବୁ ସମୟରେ ମହିଳା ମାନଙ୍କୁ ଉଚିତ୍ ସମ୍ମାନ ଓ ଅଧିକାର ମିଳିବ ଉଚିତ୍ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ” ମୋ ଭାରତ ବିକଶିତ ଭାରତ -ନାରୀ ଶକ୍ତି ଫିଟନେସ ରନ “କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ୱ ଯୁବତୀ ଓ ମହିଳା ମାନଙ୍କୁ ନେଇ ୫ଶହ ମିଟର ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଏଥିରେ ପ୍ରତିଷ୍ଠାନର ଛାତ୍ରୀ ଅଭିଲିପ୍ସା ଜେନା ପ୍ରଥମ, ସୁଜାତା ବେହେରା ଦ୍ଵିତୀୟ,, ଶୀତଲ ପାଣି ତୃତୀୟ ସ୍ଥାନ ଅଧିକାର କରିଥିଲେ ! ଅନୁଷ୍ଠାନ ପକ୍ଷରୁ ଟି – ସାର୍ଟ, କ୍ୟାପ,କଫି ଯଗ,ହ୍ୟାଣ୍ଡବ୍ୟାଣ୍ଡ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ! କ୍ଳବର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସମାଜସେବୀ ତଥା ସାରସ୍ୱତ ସାଧିକା ଜ୍ୟୋସ୍ନାମୟୀ ସ୍ୱାଇଁ, ଆର ଆଇଏସଡି ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ପୁର୍ଣ୍ଣେଦୁ ପ୍ରଧାନ, ଡାଇରେକ୍ଟର ରୋଜାଲିନ ସ୍ୱାଇଁ, ପ୍ରିୟବ୍ରତ ପ୍ରଧାନ, ସେକ୍ରେଟାରୀ ଶ୍ୟାମଲିମା ରାଉତ, ଶିକ୍ଷୟତ୍ରୀ ଲିଜା ତାଡ଼, ପ୍ରତିଭା ମହାରଣା ପ୍ରମୁଖ ଅତିଥି ଆଜିର ଥିମି ଶୀର୍ଷକ”ମହିଳାମାନଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ କରନ୍ତୁ: ପ୍ରଗତି ତ୍ୱରାନ୍ୱିତ କରନ୍ତୁ |” ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ ! ଲିଙ୍ଗଗତ ସମାନତା ଦିଗରେ ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଥିମ୍ ମହିଳା ଶିକ୍ଷା, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ସଶକ୍ତିକରଣ ଏବଂ ନେତୃତ୍ୱ ବିକାଶରେ ବିନିଯୋଗର ମହତ୍ବପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱ ଦେଇଥାଏ |’ମହିଳାମାନେ ହେଉଛନ୍ତି ସମାଜର ପ୍ରକୃତ ସ୍ଥାପତ୍ୟ।”ଶେଷରେ ମହିଳା ଯୁବତୀ ମାନେ ପରସ୍ପରକୁ ମିଠା ଖୁଆଇ ଉତ୍ସାହର ସହିତ ଏହି ମହିଳା ଦିବସ ପାଳନ କରିଥିଲେ ! ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ଧାଉଡ଼ିଆ କାର୍ଯ୍ୟକ୍ରମର ସଫଳତା ନେଇ ଧନ୍ୟବାଦ ଅର୍ପଣ କରିଥିଲେ !

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ