ବାଇକ୍ ରୁ ଖସି ବାପା ଆହତ ପୁଅ ମୃତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ପଳାସପୁର – ଡେଙ୍ଗାଉସ୍ତା ପୂର୍ତ୍ତ ରାସ୍ତାର ନିର୍ମାଣାଧିନ ନୂଆଗଡ କଲଭର୍ଟ ନିକଟରେ ଆଜି ଏକ ଅଭାବନୀୟ ଦୂର୍ଘଟଣା ଘଟିବା ସହ ଜଣେ ୭ ବର୍ଷର ଶିଶୁପୁତ୍ର ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଖବରରୁ ଜଣାପଡ଼ିଛି ଆଜି ଦ୍ୱିପହର ରେ ପାଟପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମର ମନୋଜ ଡ଼ାକୁଆ ନିଜ ସ୍ତ୍ରୀ ଓ ପୁଅ ଙ୍କୁ ବାଇକ୍ ରେ ବସାଇ ମାମୁଁ ଶଶୁର ଙ୍କ ଗାଁ ଗଙ୍ଗାପୁର ଯାଉଥିଲେ। ବାଇକ୍ ର ଆଗରେ ପୁଅ କୁ ବସାଇଥିବା ବେଳେ ନିର୍ମାଣ ହେଉଥିବା ରାସ୍ତାର ଖାଲ ଖମାରେ ବାଇକ୍ ଛେଚି ହୋଇ ଶିଶୁ ପୁତ୍ର ଓ ବାପା ତଳେ କଚାଡ଼ି ପଡ଼ିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଉଭୟ ବାପ ପୁଅ ଙ୍କୁ ଦିଗପହଣ୍ଡି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରିଥିଲେ। ତେବେ ସେଠାରେ ୭ ବର୍ଷର ଶିଶପୁତ୍ର ଇମାନ୍ ଡାକୁଆ କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଖବର ଲେଖା ସୁଦ୍ଧାଏନେଇ ପାଟପୁର ଥାନା ରେ ଏତଲା ହୋଇନଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ