ଗୁମ୍ମାରେ ବ୍ଲକସ୍ତରୀୟ ଜନଜାତୀ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଉପାନ୍ତ ଅଞ୍ଚଳର କ୍ରୀଡ଼ା ତଥା ଯୁବ ପୀଢ଼ି ମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି ରାଜ୍ୟ ସରକାର।ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବି.କଳାକଟ ଖେଳ ପଡ଼ିଆରେ ଆଦିବାସୀ ଉନ୍ନୟନ ପରିଷଦ ପକ୍ଷରୁ ବ୍ଲକସ୍ତରୀୟ ଜନଜାତୀ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗୁମ୍ମା ବିଡ଼ିଓ ଯସ୍ମୀନ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସଡ଼ିସି ଅଧ୍ୟକ୍ଷା ମରିୟମ ରଈତ,ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ,ଉପାଧ୍ୟକ୍ଷ ଶ୍ରୀନିବାସ ରାଓ,ଏସ୍ଡ଼ିସି ସଭ୍ୟ ଓ ସରପଞ୍ଚ/ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ପାଞ୍ଚଟି ପ୍ରମୁଖ ଖେଳ ଭଲିବୋଲ,କବାଡ଼ି,ଖୋକ ଓ ଗଣ ଦୌଡ଼ ପାଇଁ ପ୍ରତି ପଞ୍ଚାୟତ ସ୍ତରର ଯୁବକ ଯୁବତୀ ମାନେ ନିଜର ପ୍ରତିଭାକୁ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ସରକାରଙ୍କ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବରେ ସୁଯୋଗ ପାଇଥିଲେ।। ସେହିପରି ସାସ୍କୃତିକ କାର୍ଯ୍ୟକ୍ରମ ସହ ୪ଟି ଲୋକ ନୃତ୍ୟ କରିବା ସହ ୬ଟି ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରୀଡ଼ା ଉତ୍ସବର ବିଭିନ୍ନ ଖେଳ ପ୍ରତିଯୋଗିତାରେ ଗୁମ୍ମା ବ୍ଲକର ଉଭୟ ବାଳକ ଓ ବାଳିକା ବର୍ଗର ୫ଟି ଭଲିବୋଲ ଦଳ,୧୧ଟି କବାଡ଼ି ଦଳ,୧୭ଟି ଖୋକ ଦଳ ଓ ମହିଳା ଖୋ ଖୋ,କବାଡ଼ି ଦଳ ଓ ଅଞ୍ଚଳର ବହୁ ଯୁବକ ଓ ଯୁବତୀ ନିଜର କ୍ରୀଡ଼ା ପ୍ରତିଭା ପଦର୍ଶନ କରିଥିଲେ।ପ୍ରତିଯୋଗିତାରେ ବିଜେତା ଦଳ ବି.କଳାକଟ ଓ ଭୁରୁଡିଙ୍ଗ ଦଳକୁ ଅତିଥି ମାନେ ଟ୍ରଫି,ମାନପତ୍ର ଓ ଚେକ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମକୁ ବ୍ଲକ କର୍ମଚାରୀ ମନୋଜ କୁମାର ସାହୁ,ବିଭୁ ଚରଣ ପୂଜାରୀ,ମନ୍ମଥ ପାତ୍ର,ଉପେନ୍ଦ୍ର ମାଛ,ସୌମୀୟ ସୁଧାକର ତ୍ରିପାଠୀ, ଅସମତ ପାଣି ଓ ସତ୍ୟଜିତ ବେହେରା ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ