ଗଣ୍ଡାପାଜୁ ଗ୍ରାମବାସୀଙ୍କ ପାଇଁ ବିକାଶ ସାତ ସପନ ପାନୀୟ ଜଳରୁ ବଞ୍ଚିତ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ଡମ୍ବଗୁଡ଼ା ଗ୍ରାମପଞ୍ଚାୟତର ଏକ tv ଆଦିବାସୀ ଅଧୁଷିତ ପାହାଡ଼ ପର୍ବତ ଘେରାରେ ରହିଛି ଗଣ୍ଡାପାକୁ ଗାଁ । ଏହି ଗାଁଟି ସମସ୍ତ ମୌଳିକ ସୁବିଧାରୁ ଏବେବି ବଞ୍ଚିତ ରହିଛି । ଏହି ଗ୍ରାମବାସୀଙ୍କ ପାଇଁ ଭଲ ପାଣି ମୁନ୍ଦାଏର ବ୍ୟବସ୍ଥା ହୋଇପାରିନି । ସବୁକିଛି ଏଠି ସାତ ସପନ । ରାସ୍ତା ଅଛି ସତ କିନ୍ତୁ ଅତ୍ୟନ୍ତ ବଙ୍କା ଓ ଘାଟି ରାସ୍ତା ହୋଇ ଥିବାରୁ କୌଣସି ଯାନ ବାହାନ ଚଳାଚଳ କ ରି ପାରୁ ନାହିଁ । ଏଥି ଯୋଗୁଁ ଜରୁ ରୀକାଳୀନ ସ୍ଵାସ୍ଥ୍ୟସେବା ଏଠାରେ ଅପହଞ୍ଚ ହୋଇପଡିଛି.ଆମ୍ବୁଲାନ୍ସ ଓ ଜରୁରୀକାଳୀନ ସେବାରୁ ଲୋକେ ବର୍ଷ ବର୍ଷ ଧରି ବଞ୍ଚୁତ ହୋଇଆସୁଛନ୍ତି । ଗଣ୍ଡାପାଜୁର ଗ୍ରାମବାସୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଗ୍ରୀଷ୍ମର ଆଗମନ ପୂର୍ବରୁ ପାଣି ପାଇଁ ଏଠାରେ ହାହାକାର ପରିସ୍ଥିତି ଉପୁଜିଛି । ପଥୁରିଆ ଘାଟି ରାସ୍ତା ଦେଇ ବିଲ ମଝିରେ ଥ‌ିବା କୂଅ ହିଁ ଗ୍ରାମବାସୀଙ୍କ ଏକ ମାତ୍ର ସାହାଭରସା ପାଲଟିଛି । କିନ୍ତୁ ଏହା ବି ଏବେଠୁ ଶୁଖିବାକୁ ବସିଲାଣି । ଯେଉଁ ପାଣି ମୁନ୍ଦିଏ ମିଳୁଚି ତାହା ଗୋଳିଆ ହେବାରେ ଲାଗିଥିବାରୁ ଲୋକେ ପ୍ରତିଦିନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଉପରୋକ୍ତ ସମସ୍ୟାଗୁଡ଼ିକ ନେଇ ବାରମ୍ବାର ବ୍ଳକ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ହେଁ କୌଣସି ସୁଫଳ ମିଳୁନି । ତୁରନ୍ତ ଗଣ୍ଡାପାଜୁ ଗାଁର ସମସ୍ୟା ଦୂରକରିବାକୁ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ