ମାଳ ମାଳ କୋଚିଙ୍ଗ ସେଣ୍ଟର ଓ ଛାତ୍ରୀ ନିବାସ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ର ନିମାପଡ଼ା ଓ ଚାରିଛକ ଠାରେ ମାଳ ମାଳ କୋଚିଙ୍ଗ ସେଣ୍ଟର ସହିତ ଘରୋଇ ଛାତ୍ରୀ ନିବାସ ମାନ ଖୋଲା ଯାଇଥିବା ଦେଖିବାକୁ ମିଳିଛି।ସରକାର ଙ୍କ ପକ୍ଷରୁ କୌଣସି କଟକଣା ନ ଥିବାରୁ ଏହି ସବୁ କୋଚିଙ୍ଗ ସେଣ୍ଟର ମାନଙ୍କ ରେ ଛାତ୍ର ଛାତ୍ରୀ ମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇ ସେମାନଙ୍କ ଅଭିଭାବକ ମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଚାରିଛକ ଠାରେ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ନାମ ରେ ସରକାରୀ ମହିଳା ମହାବିଦ୍ୟାଳୟ ରହିଛି । କିନ୍ତୁ ବେଆଇନ ଭାବେ ସରକାରୀ କଲେଜ ନାମରେ ଆଉ ଏକ ଘରୋଇ କଲେଜ ଚାରିଛକ ଠାରେ ଖୋଲିଛି । ସରକାରୀ କଲେଜ ରେ ଥିବା ଜୈନିକ ଅଧ୍ୟାପକ ଘରୋଇ କଲେଜ ଖୋଲି ବ୍ୟବସାୟ କରୁଥିବା ବିଭିନ୍ନ ମହଲ ରୁ ଅଭିଯୋଗ ହେଉଛି। ସରକାରୀ କଲେଜ ରେ ଥିବା କଳା ,ବାଣିଜ୍ୟ ,ବିଜ୍ଞାନ ପ୍ରଭୃତି ବିଭାଗର ଅଧ୍ୟାପକ ମାନେ ସରକାରୀ କଲେଜ ନ ଆସି ଘରୋଇ କୋଚିଙ୍ଗ ସେଣ୍ଟର ରେ ପାଠ ପଢ଼ାଉଛନ୍ତି ।ଛାତ୍ରୀ ମାନଙ୍କୁ ମିଥ୍ୟା ପ୍ରଲୋଭନ ତଥା ମାର୍କ ଅଧିକ ଦେବୁ,କ୍ଲାସ ରେ ଉପସ୍ଥାନ ପକାଇଦେବୁ ବୋଲି କହି ଅଧ୍ୟାପକ ମାନେ ଘରୋଇ କୋଚିଙ୍ଗ ସେଣ୍ଟର୍ କୁ ଟାଣି ନେଉଛନ୍ତି ।ସେହିପରି ଏହି କଲେଜ ରେ ଛାତ୍ରୀ ନିବାସ ଥିଲେ ମଧ୍ୟ ଏହି କଲେଜରେ ଥିବା କେତେକ ଅଧ୍ୟାପିକା ଓ କର୍ମଚାରୀ ବେଆଇନ ଭାବେ ଛାତ୍ରୀ ନିବାସ ମାନ ଖୋଲି ଛାତ୍ରୀ ମାନଙ୍କୁ ରଖିଛନ୍ତି । ଏହି ସବୁ ଘରୋଇ ନିବାସ ମାନଙ୍କ ରେ କୌଣସି ନିରାପତ୍ତା ବ୍ୟବସ୍ଥା ନଥିବାବେଳେ ସମୟେ ସମୟେ ବହୁ ଗଣ୍ଡଗୋଳ ଘଟୁଥିବା ଓ ବହୁ ଛାତ୍ରୀ ଦୁଃବ୍ୟବହାର ର ଶିକାର ହେଉଥିବା ଦେଖିବାକୁ ମିଳୁଛି।ରାଜ୍ୟ ସରକାର ଏଠାରେ ଏକ ବଡ଼ ମହିଳା ହଷ୍ଟେଲ ଖୋଲିଥିବା ବେଳେ ଅଧ୍ୟାପିକା ମାନେ ଛାତ୍ରୀ ଙ୍କୁ କଲେଜ ହଷ୍ଟେଲ ରେ ରହିବା ଲାଗି ନ କହି ନିଜ ଘରେ ଖୋଲିଥିବା ହଷ୍ଟେଲ ରେ ରହିବା ଲାଗି ବାଧ୍ୟ କରୁଛନ୍ତି ।ରାଜ୍ୟ ସରକାର ଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ ୫ ଟି ସଚିବ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ