ହାଇୱା ଧକ୍କା ରେ ଯୁବକ ମୃତ
ନିମାପଡ଼ା, (ସନ୍ତୋଷ ଦାଶ):ଚାରିଛକ – ଗୋପ ମୁଖ୍ୟ ରାସ୍ତା ର ଅନ୍ନପୂର୍ଣ୍ଣା ବିଦ୍ୟାଳୟ ଠାରେ ହାଇୱା ଧକ୍କା ଦେବାରୁ ମୋଟର ସାଇକେଲ ଆରୋହି ନିକଟସ୍ଥ ଛଣିଜଙ୍ଗ ଗ୍ରାମ ର ସୁନିଲ କୁମାର ମହାପାତ୍ର ଙ୍କ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଲୋକମାନେ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ। ଚାରିଛକ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।ପୋଲିସ ମୃତ ଯୁବକ ଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।