ପ୍ରଶିକ୍ଷଣ ନେଲେ ତାଲିମ ପ୍ରାପ୍ତ ରେଞ୍ଜର

ନିମାପଡ଼ା, (ସନ୍ତୋଷ ଦାଶ):ଉପକୂଳ ଜୈବବିବିଧତା କୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ହେନ୍ତାଳବଣ ଓ ଜୁଆରିଆ ଅରଣ୍ୟ ସମ୍ପର୍କ ରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ଅନୁଗୁଳ ଠାରେ ତାଲିମ ନେଉଥିବା ଛତିଶଗଡ ର ବନାଞ୍ଚଳ ଅଧିକାରୀ ( ରେଞ୍ଜର) ମାନେ।ପୁରୀ ଜିଲ୍ଲା ଅସ୍ତରଙ୍ଗ ରେଞ୍ଜ ର ଗଙ୍ଗାଦେବୀ ନିକଟରେ ଓଡିଶା ଫରେଷ୍ଟର ରେଞ୍ଜର ଅନୁଗୁଳର ବନାଞ୍ଚଳ ଅଧିକାରୀ ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡିଶା ଫରେଷ୍ଟର ରେଞ୍ଜର ଅନୁଗୁଳର ୪୬ଜଣ ବନାଞ୍ଚଳ ଅଧିକାରୀଙ୍କୁ ଅସ୍ତରଙ୍ଗ ବନବିଭାଗ ଅଧୀନଥିବା ମେଗାନର୍ସରୀ, ଗଙ୍ଗାଦେବୀ ନିକଟରେ ଥିବା ମ୍ୟାଗ୍ରୂଭୁ ରିଟ୍ରେଟ ସହ ଝାଉଁ ବୃକ୍ଷ ନର୍ସରୀ, ହେନ୍ତାଳ ନର୍ସରୀ ସହ ଅଲିଭି ରିଡଲେ କଇଁଛ ସୁରକ୍ଷା ସମ୍ବନ୍ଧିୟ ପ୍ରଶିକ୍ଷଣ ଅସ୍ତରଙ୍ଗ ବନାଞ୍ଚଳ ଅଧିକାରିଣୀ ମୋନାଲିସା ମହାପାତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୪୬ ଜଣ ରେଞ୍ଜର ଯୁବକ ଯୁବତୀ ମାନେ ଅସ୍ତରଙ୍ଗ ଅଞ୍ଚଳ ସୌନ୍ଦର୍ଯ୍ୟ ବୁଲି ଦେଖିବା ସହ ବନବିଭାଗ ସମ୍ବନ୍ଧିୟ ପ୍ରଶିକ୍ଷଣ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଟ୍ରେନିଂ ସ୍କୁଲର ଅଧିକାରିଣୀ ତଥା ଉପବନ ସଂରକ୍ଷକ କଳ୍ପନାମୟୀ ଶତପଥୀ, ଅମୁଲ୍ୟ କୁମାର ପରିଡା,ବନପାଳ ବିରଜା ମହାପାତ୍ର, ବଳରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ