ନବନିର୍ମାଣର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷିତ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟର ପ୍ରମୁଖ କୃଷକ ସଂଗଠନ ଏବେ ନିର୍ବାଚନ ମଇଦାନରେ। ଜନଆନ୍ଦୋଳନ ମାଧ୍ୟମରେ ଚାଷୀ ମାନଙ୍କ ଦାବୀ ପୂରଣ ପାଇଁ ବାରମ୍ବାର ସଂଘର୍ଷ କରିଥିବା ଏହି ସଂଗଠନ ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ। ଆଜି ନବନିର୍ମାଣ ସଂଗଠନର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ କଥା ମିଳିତ ଭାବେ ଘୋଷଣା କରିଛନ୍ତି ରାଜ୍ୟ ନେତୃମଣ୍ଡଳୀ। ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ପ୍ରାର୍ଥୀ ତାଲିକା ଘୋଷଣା ସଂପର୍କରେ କହିଲେ ଯେ, ଅନ୍ୟାନ୍ୟ ପ୍ରମୁଖ ଦଳ ପ୍ରାର୍ଥୀ ତାଲିକା ଘୋଷଣ କରିନଥିବା ବେଳେ ଆମେ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରୁଛୁ। ରାଜ୍ୟର ପୂରାତନ ଦଳ କଂଗ୍ରେସ ଏକରକମ୍ କୋମାରେ ଥିବା ବେଳେ ବିଜେପି ଏକ ପ୍ରକାର ଦ୍ବନ୍ଦାତ୍ମକ ସ୍ଥିତିରେ ଅଛନ୍ତି। ଓଡ଼ିଶାରେ ବିକାଶର ସମ୍ଭାବନା ଓ ବିକାଶର ଢ଼ାଞ୍ଚାରେ ଓଡ଼ିଆଙ୍କ ଭୂମିକା ନେଇ ଏମାନେ ଅତ୍ୟନ୍ତ ଅସ୍ପଷ୍ଟ। ସମ୍ବିଧାନର ବିଧି ଅନୁସାରେ କୌଣସି ଦଳ ନ୍ୟାୟ ଓ ସମାନତା ଆଧାରରେ ଶାସନ ଚଳାଉନାହାଁନ୍ତି। ନବନିର୍ମାଣ ଦଳ ନ୍ୟାୟ ଓ ସମାନତା ଆଧାରରେ ରାଜନୀତିକୁ ଓହ୍ଲାଇବ। ଆମର ବିକାଶ ଧାରାର କେନ୍ଦ୍ରବିନ୍ଦୁରେ ଉତ୍ପାଦକ ବର୍ଗ ଯୁବକ ଓ ମହିଳା ରହିବେ। ଆମେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରୁଛୁ। ଯେଉଁଥିରେ ଚାଷୀ ଓ ଯୁବବର୍ଗଙ୍କ ପ୍ରମୁଖ ନେତୃତ୍ବ ମାନଙ୍କୁ ପ୍ରାଧାନ୍ୟ ଦେଇଛୁ। ଏହି ପ୍ରାର୍ଥୀମାନେ ସାଧାରଣରେ ଅତ୍ୟନ୍ତ ଗ୍ରହଣୀୟ ଓ ରାଜ୍ୟ ରାଜନୀତିରେ ଏମାନଙ୍କର ପ୍ରଭାବ ଅଛି। ଏହି ପ୍ରାର୍ଥୀମାନେ ପ୍ରମୁଖ ଦଳ ପ୍ରାର୍ଥୀ ମାନଙ୍କୁ ମୁକାବିଲା କରିପାରିବେ। ଖୁବ୍ ଶ୍ରୀଘ୍ର ଆମ ସଂଗଠନ ନିର୍ବାଚନ ଇସ୍ତାହର ଘୋଷଣା କରିବ। ପ୍ରଥମ ପର୍ଯ୍ୟାୟରେ ନିମ୍ନଲିଖିତ ପ୍ରାର୍ଥୀମାନଙ୍କର ନାମ ଓ ନିର୍ବାଚନ ମଣ୍ଡଳୀ ଘୋଷଣା କରାଗଲା।ଦ୍ବିତୀୟ ପର୍ଯ୍ୟାୟରେ ୩୦ ରୁ ୪୦ ପ୍ରତିନିଧିଙ୍କ ନାମ ଆଗାମୀ ମାର୍ଚ୍ଚ ୨୧ ତାରିଖରେ ଘୋଷଣା କରାଯିବ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଅଧିକାର ଆନ୍ଦୋଳନର ଆବାହକ ପ୍ରଦୀପ ପ୍ରଧାନ, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ବାଇଁ, ଉମାକାନ୍ତ ଭାରତ, ଯୁବଛାତ୍ର ସଂଯୋଜକ ମନଓ୍ବର ଅଲ୍ଲୀ ଓ ରାଜ୍ୟ କମିଟି ସଦସ୍ୟ ଡଃ କୁଳମଣୀ ପ୍ରମୁଖ ଉପସ୍ଥିତ ଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ