ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ ୧୦ନଂ ଓ୍ବାର୍ଡରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟି ସଭାପତି ପ୍ରଫୁଲ୍ଲ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସମାରୋହ ମହାସମାରୋହରେ ମୁଖ୍ୟ ଅତିଥି ଭାବେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଅନୁରାଧା ସେନାପତି, ବରିଷ୍ଠ ସମାଜସେବୀ ତଥା ପରିବେଶବିତ ଉମେଶ ଚନ୍ଦ୍ର ସ୍ଵାଇଁ, ଗବେଷକ ସଂଜୟ କୁମାର ବରାଳ, ବରିଷ୍ଠ ଶିକ୍ଷାବିତ ଚିତ୍ତରଞ୍ଜନ ପରିଡା ଓ ବରିଷ୍ଠ ଶିକ୍ଷାବିତ ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ମାନସିକ ଓ ନୈତିକ ଅଭିବୃଦ୍ଧି ସହ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଦିଗରେ ବିଦ୍ଯାମନ୍ଦିରର ଭୂମିକା ଉଲ୍ଲେଖନୀୟ ଅବଦାନ ଅତୁଳନୀୟ। ସାମ୍ପ୍ରତିକ ସମୟରେ ଏହି ଶିକ୍ଷାନୁଷ୍ଠାନ ମେଧାବୀ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ କରିବା ଦିଗରେ ବିଶେଷ ସହାୟକ ହୋଇପାରିଛି ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ପଞ୍ଚାନନ ବରାଳ ବାର୍ଷିକ ବିବରଣୀ ପାଠ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଂଗୀତ ପରିବେଷଣ କରାଯିବା ସହ ଆଧ୍ୟାତ୍ମିକ ଚେତନା ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ଯା ମନ୍ଦିର ବାର୍ଷିକ କ୍ରୀଡା ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ବାର୍ଷିକ ଉତ୍ସବ ସମାରୋହରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିଶୁ ବିଦ୍ୟାମନ୍ଦିରର ଚନ୍ଦନ ଗୁରୁଜୀ, ସନ୍ତୋଷ ଗୁରୁଜୀ, ଶ୍ରଦ୍ଧାଞ୍ଜଳି, ଇତିଶ୍ରୀ, ଲକ୍ଷ୍ମୀପ୍ରିୟା, ପ୍ରଜ୍ଞା ପାରମିତା ଗୁରୁମା ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ମାନେ ପରିଚାଳନା କରିଥିଲେ। ଶେଷରେ ବିଦ୍ୟା ମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ