ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟରେ “ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ” ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଏକ “ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ସରକାରୀ ଚିକିତ୍ସାଳୟର ଡଃ ଇନ୍ଦିରା ମହାପାତ୍ର ଏଡି.ପି. ଡଃ ପତିତ ପାବନ ବାରିକ ଗୋଷ୍ଠୀ ଚିକିତ୍ସା ମମତା ହୋଇଯାଇଛି । ଏହି .ପି.ଏଚ୍.ଓ ଲେପ୍ରୋସି, କେନ୍ଦ୍ର ଗୁରାଣ୍ଡି ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସଂଯୋଜିକା ସୁଶ୍ରୀ ପାଢୀ ଯୋଗଦେଇ ତମାଖୁ ସେବନର ବ୍ୟବହାର, ଅପକାରିତା ଓ ଏହାର ନିରାକରଣ ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋ ଆଲୋଚନା କରିଥିଲେ। ଏନ୍ ଗଣେଶ ବାବୁ କମ୍ପୁଟର୍ ଡାଟା ନ୍ୟୁଟ୍ରି ପ୍ରୋଜେକ୍ଟର୍ ମାଧ୍ୟମରେ ରେ ତମାଖୁ ଏନ୍ଦ୍ରି ଚିତ୍ର ପ୍ରଦର୍ଶନ ମାଧ୍ୟମରେ ସେବନ ଜନିତ ରୋଗ ଗୁଡିକର ପ୍ରମାଣିକ ଆଲୋକ ତ୍ରୀମାନଙ୍କୁ ସଚେତନ କରାଇବାରେ ସାହାଯ୍ୟ କରରିଥିଲେ । ଛାତ୍ରୀମାନ ଏହାପରେ ଉପସ୍ଥିତ ଛାତ୍ରୀମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତୋର କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସୁଶ୍ରୀ ମମତା ବେହେରା, (ତୃତୀୟ ବର୍ଷ )ପ୍ରଥମ ସ୍ଥାନ, ସୁଶ୍ରୀ ପୂଜା ବିଶ୍ବାଳ, (ପ୍ରଥମ ବର୍ଷ) ଦ୍ବିତୀୟ ସ୍ଥାନ, ସୁଶ୍ରୀ ସରିତା ଭୋଳ (ପ୍ରଥମ ବର୍ଷ) ଏବଂ ସୁଶ୍ରୀ ସୁଚିତ୍ରା ଦେବୀ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ। ପ୍ରମୁଖ କୃତୀ ଛାତ୍ରୀଙ୍କୁ ମେମେଣ୍ଟୋ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହିଳା ସ୍ନାତକ ମହାବିଦ୍ୟାଳୟକୁ “ତମାଖୁ ମୁକ୍ତ କଲେଜ” ଭାବେ ଘୋଷଣା କରାଯାଇ ଅଧ୍ୟକ୍ଷା ଡଃ ରୀନା ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଏହି ଭଳି କାର୍ଯ୍ୟକ୍ରମ ଆଗାମୀ ପିଢୀର ଛାତ୍ରୀମାନଙ୍କୁ ବେଶ୍ ମାର୍ଗଦର୍ଶନ କରିବ ବୋଲି ଡଃ ରୀନା ସାହୁ ଉତ୍ସାହର ସ‌ହ ତାଙ୍କ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ