ଗୋଷାଣି ପଞ୍ଚାୟତ ସମିତି ବୈଠକ, ବିକାଶ ଉପରେ ଗୁରୁତ୍ୱାରୋପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତି ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥ‌ିବା ସଭାଗୃହରେ ଅନୁଷ୍ଠିତ ହୋଇଥିଲା I ହେଲେ ବହୁ ଲାଇନ ବିଭାଗ ଅଧିକାରୀ, ସମସ୍ତ ପିଇଓ ଏବଂ ବହୁ ଜନପ୍ରତିନିଧ୍ ବୈଠକରେ ଯୋଗ ଦେଇ – ବୋଲି ନ ଥିଲେ । ବୈଠକରେ ସରପଞ୍ଚ ତଥା ସମିତିସଭ୍ୟଙ୍କ ସମ୍ପର୍କୀୟ ବସି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଉପସ୍ଥିତ କେତେକ ସରପଞ୍ଚ ଓ ସମିତିସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରି ସ୍ଥଳେ ବ୍ଲକର ବିକାଶ ବା ଉନ୍ନତିକରଣ କାମର ସମୀକ୍ଷା କିପରି କରାଯାଇଥୁବ ତାହା ଆଲୋଚନାର ବିଷୟ ପାଲଟିଛି। ଆଜି ଅନୁଷ୍ଠିତ ବୈଠକରେ କେତେକ ବିଷୟକୁ ନେଇ ସମୀକ୍ଷା ହୋଇଥିବା ବେଳେ ଅଧିକାଂଶ ବିଷୟ ଅଧିକାରୀ ଓ ଜନପ୍ରତିନିଧୂଙ୍କ ଅନୁପସ୍ଥିତ ଯୋଗୁଁ ଆଲୋଚନା ହୋଇପାରି ନ ଥିଲା। ସେହିପରି ନିର୍ଦ୍ଧାରିତ ସମୟରେ ବୈଠକ ଆର ଆରମ୍ଭ ହୋଇ ନ ଥିବାବେଳେ ମାତ୍ର ତିନି ଘଣ୍ଟା ଘଣ୍ଟା ମଧ୍ୟରେ ବୈଠକ ଶେଷ ହୋଇଯାଇଥିଲା। ଥିଲା। ଲା ଲାଇନ ବିଭାଗ ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପିଇଓଙ୍କ ଜୟନ ଅନୁପସ୍ଥିତ ସମ୍ପର୍କରେ ଗୋଷ୍ଠୀ ଉନ୍ନୟ ଅଧିକାରୀ ଅଜୟ କୁମାର ପ୍ରଧାନ ଦୃଷ୍ଟି ଆକର୍ଷଣ କରାଯିବାରେ ଆଗାମୀ ସାଧାରଣ ନିର୍ବାଚନ ଲାଗି ଅଧିକାରୀ ତଥା ପିଇଓ ଟ୍ରେନିଂରେ ଯାଇଛନ୍ତି। ସେହପରି ସରପଞ୍ଚ, ସମିତିସଭ୍ୟଙ୍କ ସମ୍ପର୍କୀୟ ଯୋଗ ଦେଇଥିବା ବିଷୟରେ ପଚାରିବାରେ ଆଗାମୀ ସମିତି ବୈଠକକୁ ସେମାନଙ୍କୁ ନ ଆସିବା ପାଇଁ ତାଗିଦ କରାଯିବ ବିଡିଓ କହିଥିଲେ I ଜନପ୍ରତିନିଧୂଙ୍କ କୌଣସି ସମ୍ପର୍କିୟ କିମ୍ବା କୌଣସି ବ୍ୟକ୍ତି ବୈଠକରେ ଯୋଗଦାନ କରିପାରିବେ ନାହିଁ ବୋଲି କଡ଼ାକଡ଼ି ନିୟମ ରହିଛି। ସେହପିରି ସମିତି ବୈଠକ ତଥା ଗୃହରେ କୋରମ୍ ଅଭାବ ହେଲେ ବୈଠକ ସଫଳ ହେଲା ନାହିଁ ବୋଲି ବିବେଚିତ ହୋଇଥାଏ | ଯଦି ଲାଇନ ଡିପାର୍ଟମେଣ୍ଟ ବା ବିଭାଗୀୟ ଅଧିକାରୀମାନେ ନିର୍ବାଚନ ଟ୍ରେନିଂରେ ଯାଇଛନ୍ତି ତେବେ କାହିଁକି ଏହି ବୈଠକ ଡକାଗଲା ବୋଲି ପ୍ରଶ୍ନ ହୋଇଛି। ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତିରେ କାହା ସହ ବିଭିନ୍ନ ଯୋଜନା ଏବଂ ସମସ୍ୟାର ସମାଧାନ ଲାଗି ଆଲୋଚନା କରିବୁ ବୋଲି କିଛି ସରପଞ୍ଚ ଓ ସମିତିସଭ୍ୟ ପ୍ରଶ୍ନ କରିଥିଲେ। ବୈଠକରେ ବ୍ଲକ ଅଧ୍ଯକ୍ଷ ଏନ୍. ବୀରରାଜୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଉପାଧ୍ଯକ୍ଷା ଅନୁସୂୟା ଦେବୀ, ଜିଲ୍ଲା ପରିଷଦ ସଭ୍ୟ ଏସ୍. ବାଲାରାଜୁ, ଜିଲ୍ଲା ପରିଷଦ ସଭ୍ୟା ନୀଳାବତୀ ପାରିଗା ଓ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା ଜେନା ମଞ୍ଚାସୀନ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ