ଭାରତୀୟ ଜନତା ପାର୍ଟିର ମିଶ୍ରଣ ପର୍ବ

ବାଲେଶ୍ଵର, (ସରୋଜ ପଣ୍ଡା):ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଓ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟଦକ୍ଷତା ଓ ବଚନ ବଦ୍ଧତା ପାଇଁ ସର୍ବୋପରି ବାଲେଶ୍ଵର ସାଂସଦଙ୍କ ରାଜନୈତିକ ନିଷ୍ଠାପର ଜନସେବାରେ ଆକୃଷ୍ଟ ହୋଇ ଜଳେଶ୍ଵର ନିର୍ବାଚନ ମଣ୍ଡଳୀରୁ ପୁର୍ବତନ ଜଳେଶ୍ଵର ବ୍ଲକ୍ ଭାଇସ୍ ଚେୟାରମେନ ତଥା ବର୍ତ୍ତମାନର ସମିତି ସଭ୍ୟ, ବିଜେଡ଼ିର ବରିଷ୍ଠ ନେତା ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ୪୫୦ରୁ ଉର୍ଦ୍ଧ୍ବ କାର୍ଯ୍ୟକର୍ତ୍ତା ବିଜେଡ଼ି ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ନବାଗତଙ୍କ ମଧ୍ୟରେ ତିନଜଣ ସରପଞ୍ଚ, ତିନିଜଣ ସମିତି ସଭ୍ୟ, ଚାରିଜଣ ପୁର୍ବତନ ସରପଞ୍ଚ, ଦୁଇ ଜଣ ପୁର୍ବତନ ସମିତି ସଭ୍ୟ, ଦୁଇଜଣ ଓ୍ବାର୍ଡ ମେମ୍ବର ଙ୍କ ସମେତ ଶତାଧିକ ବିଜେଡ଼ିର ବ୍ଲକ୍ ଓ ପଞ୍ଚାୟତ ପଦାଧିକାରୀ ରହିଛନ୍ତି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ମିଶ୍ରଣ ପର୍ବ ସଭାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରାଜ୍ୟ ଉପସଭାପତି ବିରଞ୍ଚିନାରାୟଣ ତ୍ରୀପାଠୀ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତିଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରମୁଖ ପଦାଧିକାରୀ ଅଂଶଗ୍ରହଣ କରିଥିଲେ। ସାମୁହିକ ବନ୍ଦେ ମାତରମ୍ ଗାନ ଉପରାନ୍ତେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ, ସଭାପତି ଶ୍ରୀଯୁକ୍ତ ମହାପାତ୍ର ଓ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ତ୍ରୀପାଠୀ ବିଜେଡ଼ିରୁ ଆସିଥିବା ବ୍ଯକ୍ତିଙ୍କୁ ଦଳିୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଶ୍ରୀଯୁକ୍ତ ବ୍ରଜମୋହନ ପ୍ରଧାନଙ୍କ ନେତୃତ୍ୱରେ ମିଶିଥିବା ପ୍ରମୁଖ ବ୍ଯକ୍ତିଙ୍କ ମଧ୍ୟରେ ସତ୍ଯଶୋଭନ ମିଶ୍ର, ରାହବୀହାରି ରଣା, ଚନ୍ଦନ କର, କାଳୀଚରଣ ଦାସ, ମଞ୍ଜୁବାଳା ପ୍ରଧାନ, ମୀନତି କର, ରାଜେଶ ଜେନା, ମଧୁମିତା ମହାନ୍ତି, ହରିଶ୍ ଚନ୍ଦ୍ର ମହାଳିକ, ବୈଦ୍ୟନାଥ ମୁର୍ମୁ, ଭୂପତି ମିର୍ଦ୍ଧା, ସ୍ବରୂପ ନନ୍ଦୀ, ଗୌରାଙ୍ଗ ସାମନ୍ତ, ରବିନ୍ଦ୍ର ଗିରି, ରମେଶ ଚନ୍ଦ୍ର ପାତ୍ର, ପ୍ରମିଳା ସାମଲ, ରଞ୍ଜନ ସେଠି, ଶୁଶାନ୍ତ ଦାସ, ମନୋରଞ୍ଜନ ପାତ୍ର, କାଳିଚରଣ ମହର, ରହିମ ରଞ୍ଜନ ଦେ, ବଳରାମ ରାଉଳ, ଅରବିନ୍ଦ ସାହୁ, ନିତ୍ୟାନନ୍ଦ ମଲ୍ଲିକ, ସଞ୍ଜୟ ଜେନା ଓ ଶ୍ରୀକାନ୍ତ ମହାନ୍ତି ଥିଲେ। ନିଜ ନିଜ ବ୍ଯକ୍ତବ୍ଯରେ ଜିଲ୍ଲା ସଭାପତି, ସାଂସଦ ଓ ରାଜ୍ୟ ଉପସଭାପତି ନବାଗତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ମୋଦି ସରକାରଙ୍କ ଜନ କଲ୍ଯାଣକାରୀ ଯୋଜନା ବିଷୟରେ ବିସ୍ତାର ଭାବରେ ଆଲୋଚନା କରିଥିଲେ। ଏହି ମିଶ୍ରଣ ଫଳରେ କେବଳ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ନୁହେଁ ସାମଗ୍ରିକ ଭାବେ ବାଲେଶ୍ଵର ସଂସଦୀୟ କ୍ଷେତ୍ର ଅଧିକରୁ ଅଧିକ ବଳଶାଳୀ ହେବବୋଲି ଆଶାବ୍ୟକ୍ତ କରିଥିଲେ। ଦଳିୟ ସଦସ୍ୟତା ଗ୍ରହଣ କରିବା ପରେ ବ୍ରଜମୋହନ ପ୍ରଧାନ ତାଙ୍କ ବ୍ଯକ୍ତବ୍ଯରେ କହିଥିଲେ ଯେ ବର୍ତ୍ତମାନରେ ବିଜେଡ଼ିର କାର୍ଯ୍ୟପଦ୍ଧତିରେ ଦଳିୟ କର୍ମୀମାନେ ବିତସ୍ପୃହ, ବିଜେଡ଼ିରେ ଗଣତାନ୍ତ୍ରିକ ମୁଲ୍ୟବୋଧର ମୁଲ୍ଯ ନାହିଁ ତେଣୁ ସେ ବିଜେଡ଼ି ଛାଡ଼ି ବିଶ୍ବର ବୃହତମ ଦଳ, ନୀତି ଆର୍ଦଶରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରୁଥିବା ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିବା ପାଇଁ ସ୍ଥିର କରିଥିଲେ। ଆଗାମୀ ଦିନରେ ବିଜୁ ଜନତା ଦଳକୁ ଜଳେଶ୍ଵର ମାଟିରେ ପରାଜିତ କରିବା ପାଇଁ ବଜ୍ର ଶପଥ ନେଇଛନ୍ତି ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ