ଦେବୀ ମୁହାଁଣ ଅଞ୍ଚଳ ରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଜବତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ର ଦେବୀ ମୁହାଁଣ ନିକଟସ୍ଥ ନିଶିଦ୍ଧାଞ୍ଚଳ ରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର ଗଙ୍ଗାମାତା – ୨ କୁ ବନ ବିଭାଗ କର୍ମଚାରୀ ଜବତ କରି ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ଟ୍ରଲର ରେ ଥିବା ୬ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖାଯାଇଛି। ଫରେଷ୍ଟର ପ୍ରଫୁଲ୍ଲ କୁମାର ବିଶ୍ବାଳ, କୈଳାସ ନାୟକ, ବନପାଳ ଅଭିମନ୍ୟୁ ବେହେରା ଙ୍କ ସହିତ ପୋଲିସ ଫୋର୍ସ ଓ କଇଁଛ ସୁରକ୍ଷା କର୍ମୀ ମାନେ ଏହି ଚଢାଉ କରିଥିଲେ। ଚଳିତ ବର୍ଷ ବେଆଇନ ଭାବେ ନିଶିଦ୍ଧାଞ୍ଚଳ ରେ ମାଛ ମାରୁଥିବା ୮ ଟି ଟ୍ରଲର କୁ ବନ ବିଭାଗ ଜବତ କରି ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ