ମେଣ୍ଟ ଅଶ୍ୱଷ୍ଠ ପାରଳାରେ ରାଜନୈତିକ ଉଷ୍ମତା ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ରାଜନୀତି କ୍ଷେତ୍ରରେ ଘଡିକେ ଘୋଡା ଛୁଟିବାରେ ଲାଗିଛି । ବର୍ତ୍ତମାନ ବିଜେଡି, ବିଜେପି ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେପି ଓ ବିଜେଡି ଦଳ ମେଣ୍ଟ ହେଲେ ବିଜେପି ଶତ ପ୍ରତିଶତ ଫାଇଦା ନେବ ବୋଲି ବିଜେପି ଦଳର କର୍ମୀମାନେ ଉତ୍ସାହିତ ହୋଇପଡିଛନ୍ତି. ସେହିପରି ଏହି ମେଣ୍ଟ ହେଲେ ପାରଳା ଆସନରେ ବିଜେପି ଦଳର ବିଧାୟକ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିବାରୁ ମେଣ୍ଟ ହେଲେ ପାରଳା ଆସନ ବିଜେପି ପାଇବ. ହେଲେ ଦୀର୍ଘ ମାସ ହେଲା ବିଜେଡି ଦଳର କେତେକ ନେତା ଆଗାମୀ ନିର୍ବାଚନରେ ପାରଳା ଆସନରୁ ଦଳୀୟ ଟିକେଟ ପାଇବା ପାଇଁ ବିଭିନ୍ନ ଲବି ଓ ବହୁ ଦଳୀୟ କାର୍ଯ୍ୟକ୍ରମ ଦ୍ୱାରା ନିଜ ନିଜକୁ ସାଧାରଣଙ୍କ ନିକଟତର କରିଥିବାବେଳେ ବର୍ତ୍ତମାନର ମେଣ୍ଟ ରାଜନୀତି ବିଜେଡି ଦଳର ଆଶାୟୀ ନେତା ମାନଙ୍କ ଆଖିରୁ ନିଦ ହଜେଇ ଦେଇଛି. ବର୍ତ୍ତମାନ ପ୍ରାୟତଃ ବିଜେଡି ଦଳର ସମସ୍ତ ଆଶାୟୀ ନେତା ମେଣ୍ଟକୁ ନେଇ ନିରାଶ ହୋଇପଡ଼ିଛନ୍ତି. ହେଲେ କଂଗ୍ରେସ ଦଳ ଦ୍ବୟ ବିବଦେ ତୃତୀୟଶ୍ୟ ଲାଭ ଭଳି ମେଣ୍ଟ ରାଜନୀତିରେ କଂଗ୍ରେସ ବେଶ ଲାଭବାନ ହୋଇ କଂଗ୍ରେସର ବହୁ ପୁରାତନ ଗଡ ପାରଳା ଆସନକୁ କଂଗ୍ରେସ ଦଳ ଅକ୍ତିଆର କରିବ ବୋଲି ଆଶା ବାନ୍ଧିଛି. କିନ୍ତୁ ମେଣ୍ଟ ବାବଦରେ କୌଣସି ଶେଷ ସିଦ୍ଧାନ୍ତ ଜଣାପଡିନି। ମାତ୍ର ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେପି ନେତା ଏବଂ କର୍ମୀ ମାନେ ବେଶ ଖୁସି ଥିବା ବେଳେ ବିଜେଡି ନେତା ଏବଂ କର୍ମୀ ମାନେ ଚିନ୍ତାରେ ରହିବା ସ୍ଵାଭାବିକ । କଂଗ୍ରେସ ବି ମେଣ୍ଟ ମଉକାକୁ ଅପେକ୍ଷା କରି ରହିଥ‌ିବା କୁହାଯାଉଛି । ମେଣ୍ଟ ମଉକା ରେ କଂଗ୍ରେସ ଗଡ଼ ଦଖଲ କରିବା ଆଶା ଏବଂ ବିଶ୍ଵାସକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ।
ସେହିପରି ନିର୍ବାଚନରେ ବିଜେଡି ତାର ଭୋଟ ସଂଖ୍ୟା ଯଥେଷ୍ଟ ବୃଦ୍ଧି କରିବା ପାଇଁ ଗତ ବହୁ ଦିନ ହେଲା ନେତା, କର୍ମୀମାନେ ପାରଳା ଆସନରେ ବିଜୁ ଜନତା ଦଳର ବହୁ କାର୍ଯ୍ୟକ୍ରମକୁ ହାତକୁ ନେଇ ସାଧାରଣଙ୍କ ନିକଟତର ହୋଇପାରିଛନ୍ତି. ହେଲେ ମେଣ୍ଟ ରାଜନୀତି କର୍ମୀ ଓ ନେତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ବେଳେ ନେତା ଏବଂ ଆଶାୟୀ ପ୍ରାର୍ଥୀଙ୍କୁ ଚିନ୍ତାରେ ପକାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ