ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ର ସହ ସମାପନ କରିବା ଲାଗି ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଉ କେଇଟା ଦିନ ଗଲେ ସାଧାରଣ ନିର୍ବାଚନ ନିମନ୍ତେ ବିଗୁଲ ବାଜିବ l ଏଥିନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରସାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି l ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ନିର୍ବାଚନ କମିସନର ଙ୍କ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯାଉଛି l ଏନେଇ ମଙ୍ଗଳବାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଆଚରଣ ଵିଧି ଲାଗୁ ହେଲେ କଣ କାର୍ଯ୍ୟକ୍ରମ କରାଯିବ ଓ ସେମାନଙ୍କ ସହଯୋଗ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାମନା କରାଯାଇଥିଲା l ବୁଧବାର ନିର୍ବାଚନ ନିମନ୍ତେ ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ତାଲିମ କାର୍ଯ୍ୟକ୍ରମ ଜିଲ୍ଲାରେ ଆରମ୍ଭ ହୋଇଯାଇଛି l ପ୍ରାୟ 22 ହଜାର ଙ୍କୁ ଏହି ତାଲିମ ପ୍ରଦାନ କରାଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ରେ ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡ ସ୍ତରରେ ପ୍ରାୟ 80 ଟି କକ୍ଷରେ 4 ହଜାର ଜଣ ଙ୍କୁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିବ୍ୟ ଜ୍ୟୋତି ପରିଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଭଞ୍ଜନଗର ଓ ବ୍ରହ୍ମପୁର ଉପଜିଲ୍ଳାପାଳ ଙ୍କ ସମେତ ନିର୍ବାଚନ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଯୋଗ ଦେଇ ତାଲିମ ପ୍ରଦାନ କରିଥିଲେ l ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ଡିସ୍ପୋର୍ସଲ କେନ୍ଦ୍ରରୁ ଯିବେ ବୁଥରେ କେଉଁ ଅଧିକାରୀଙ୍କ କଣ କାର୍ଯ୍ୟ ତାହା ବୁଝାଇଥିଲେ l ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦାନ ପ୍ରକ୍ରିୟା କରିପାରିବେ, ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତି ଦୁଇ ଘଣ୍ଟାକୁ ଥରେ ସୂଚନା ଦେବାକୁ ତାଲିମ ପ୍ରଦାନ କରିଥଲେ l ଇଭିଏମ, ଭିଭିପାଟ କିପରି ସଂଯୋଗ କରିବେ, କଣ୍ଟ୍ରୋଲ ୟୁନିଟର କାର୍ଯ୍ୟ ଆଦିର ସୂଚନା ଦେଇଥିଲେ l ପ୍ରତ୍ୟେକ ପୋଲିଂ ଅଧିକାରୀ ନିଜ ନିଜ କର୍ତ୍ତଵ୍ୟ ସମ୍ପାଦନ କରିବାରେ ସଫଳ ହେଲେ ହିଁ ଗଣ ତନ୍ତ୍ରର ପବିତ୍ର କାର୍ଯ୍ୟ ନିର୍ବାଚନ ସଫଳ ହୋଇପାରିବେ ବୋଲି ବିଭିନ୍ନ ଅଧିକାରି ମାନେ ମତ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ