ଛତ୍ରପୁର ଥାନା ର ନବ ନିର୍ମିତ କୋଠା କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଥାନା ର ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ଲୋକାର୍ପିତ କରିଛନ୍ତି। ଏନେଇ ଥାନା ପରିସର ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଥାନା ଟି ଆଧୁନିକ ବ୍ୟବସ୍ଥା ହୋଇଛି। ଲୋକଙ୍କୁ ପୋଲିସ ସେବା ଦେବାରେ ଆହୁରି ଉନ୍ନତି ଆସିବ ବୋଲି କୁହାଯାଇଛି। ଏହି ଶୁଭାରମ୍ଭ ଅବସର ରେ ଛତ୍ରପୁର ବିଧାୟକ ସୁଵାସ ଚନ୍ଦ୍ର ବେହେରା, ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା, ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଛତ୍ରପୁର ପୌରପାଳିକା ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଗଞ୍ଜାମ ପୋଲିସ ଜିଲ୍ଲାର ଡିଆଇବି ଡ଼ିଏସପି ରଞ୍ଜନ କୁମାର ଦେ, ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାଶ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ ଙ୍କ ସମେତ ଛତ୍ରପୁର ପୌରପାଳିକାର ବହୁ କାଉନସିଲର,ବ୍ଲକ ର ବହୁ ଜନ ପ୍ରତିନିଧି ଏବଂ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ, ଛତ୍ରପୁର ଥାନା ର ନବ ନିର୍ମିତ କୋଠା 3କୋଟି 30ଲକ୍ଷ 58ହଜାର ଟଙ୍କା ବ୍ୟୟ ରେ ନିର୍ମାଣ ହୋଇଛି, ସୂଚନା ଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲା ଅଧୀନ ଛତ୍ରପୁର ଓ ହିଞ୍ଜିଳି ଥାନା, ପୁରୁଷୋତ୍ତମପୁର ଏସ୍‌ଡିପିଓ ଓ ବାଲିପଦର ଆଉଟ୍‌ପୋଷ୍ଟ ନୂତନ ବିଲ୍ଡିଂ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏଗୁଡ଼ିକୁ ଲୋକାର୍ପିତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ