ଭଞ୍ଜନଗର ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ ଆଜି ଉଦଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଲାଇନ୍ ମାଧ୍ୟମରେ ତାହାକୁ ଉଦଘାଟନ କରିଥିଲେ। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ ବିରୋଧୀଙ୍କ ହୋହାଲ୍ଲାକୁ ମୁଁ ଖାତିର କରେ ନାହିଁ। ସହରବାସୀଙ୍କ ବିକାଶ ମୋର ମୂଳଲକ୍ଷ୍ୟ । ବ୍ୟକ୍ତିଗତ ସ୍ବାର୍ଥକୁ ଛାଡି ମୁଁ ଲୋକଙ୍କ ସେବା ସର୍ବଦା ଚିନ୍ତା କରେ। ଆଗାମୀ ଦିନରେ ଭଞ୍ଜନଗର ଜେଲ ପଡିଆର ଉନ୍ନତିକରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ନାୟକ, ପୌରପାଳ ଗୋପବନ୍ଧୁ ମହାପାତ୍ର, ଉପ ପୌରପାଳ ଶୁଭଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶୂଳପାଣି ଶତପଥୀ ସଭାକୁ ସଂଯୋଜନା କରିଥିଲେ। ବିଡ଼ିଓ ମନ୍ମଥ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ