ଦାବୀ ପୁରଣ ପାଇଁ କଳା ବ୍ୟାଚ ପିନ୍ଧିଲେ ସାମ୍ୱାଦିକ

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ପ୍ରତି ବର୍ଗ ଙ୍କ ପାଇଁ ବିଭିନ୍ନ ଅନୁଦାନ ଓ ଯୋଜନା ପ୍ରଣୟନ କରୁଥିବା ବେଳେ ସାମ୍ବାଦିକ ମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।ସାମ୍ବାଦିକ ମାନଙ୍କ ନ୍ୟାର୍ଯ୍ୟ ଦାବି ତଥା ହକ କୁ ପୂରଣ କରିବାକୁ ଦାବି କରି ଆଜିଠାରୁ ସମସ୍ତ ସାମ୍ବାଦିକ ବନ୍ଧୁ ମାନେ କଳାବ୍ୟାଚ ପରିଧାନ ପୂର୍ବକ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୁରୀ ଜିଲ୍ଲା ର କାକଟପୁର ସାମ୍ୱାଦିକ ସଂଘ ପକ୍ଷରୁ ସଭାପତି କମଳ ଲୋଚନ ଦିକ୍ଷୀତ ଙ୍କ ନେତୃତ୍ୱ ରେ ସାମ୍ୱାଦିକ ମାନେ କାକଟପୁର ଥାନା ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଗୋପ ସାମ୍ୱାଦିକ ସଂଘ ସଭାପତି ଭାରତୀଭୂଷଣ ଉପାଧ୍ୟାୟ ଙ୍କ ନେତୃତ୍ୱ ରେ ସାମ୍ୱାଦିକ ମାନେ ଗୋପ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଡ଼ିଓ ଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ସେହିପରି ଚାରିଛକ ସାମ୍ୱାଦିକ ସଂଘ ପକ୍ଷରୁ ସଭାପତି ପ୍ରଫୁଲ୍ଲ କୁମାର କର ଙ୍କ ନେତୃତ୍ୱ ରେ ସାମ୍ୱାଦିକ ମାନେ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନିମାପଡା ବ୍ଲକ ସମ୍ମୁଖ ରେ ନିମାପଡ଼ା ସାମ୍ୱାଦିକ ସଂଘ, ଅସ୍ତରଙ୍ଗ ଠାରେ ଅସ୍ତରଙ୍ଗ ସାମ୍ୱାଦିକ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ସାମ୍ୱାଦିକ ସୁରକ୍ଷା ଆଇନ ପ୍ରଣୟନ, ଅବସର ପରେ ସାମ୍ୱାଦିକ ମାନଙ୍କୁ ଭତ୍ତା ପ୍ରଦାନ, ରାଜ୍ୟ ରେ ମିଡ଼ିଆ ଏକାଡେମୀ ଗଠନ, ରାଜ୍ୟ ଓ ଜିଲ୍ଳା ସ୍ତର ରେ ଅଧିସିକୃତି କମିଟି ଗଠନ କରିବା ପ୍ରଭୃତି ଦାବି ରେ ସାମ୍ୱାଦିକ ମାନେ ରାଜ୍ଯ ସାରା ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନଆରମ୍ଭ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ