ସାଗୁଆନ କାଠ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳର ଗୋଷାଣି ବ୍ଲକ ଘରୋଣି ପଞ୍ଚାୟତ କୃଷ୍ଣସାଗର ନିକଟରେ ସାଗୁଆନ କାଠ ଚାଲାଣକୁ ରୋକିପାରିଛି ବନ ବିଭାଗ । ରାୟଗଡ ବ୍ଲକ ଗଣ୍ଡାହାତୀ ଗ୍ରାମର ପ୍ରହ୍ଲାଦ ଲିମା ଗୋଟିଏ ବାଇକରେ ତିନି ଖଣ୍ଡ ସାଗୁଆନ୍ କାଠ ଧରି ଯାଉଥିବା ବେଳେ ମହେନ୍ଦ୍ର ବନାଞ୍ଚଳ ପକ୍ଷରୁ ଚଢଉ କରାଯାଇଥିଲା। ଘଟଣାରେ ବ୍ୟବହୃତ ବାଚ ସମେତ ସାଗୁଆନ ଗଛକୁ ତିନି ଖଣ୍ଡ କରି କଟାଯାଇଥିବା କାଠକୁ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉକ୍ତ କାଠକୁ ଗଣ୍ଡାହାତୀରୁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଚାଲାଣ କରୁଥିବା ଜଣାପଡିଛି । ନାରାୟଣପୁର ସ୍ଥିତ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ ଶୁଭ୍ରଜିତଙ୍କ ନେତୃତ୍ବରେ ଏମ୍. କାମେଶ୍ବର, ଗାରବନ୍ଧ ରେଞ୍ଜର ଓ ବନପାଳ ଦୁର୍ଯ୍ୟଧନ ଜେନାଙ୍କ ସହ ବନକର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ