ଓଡ଼ିଶା ମାଟିର ଜନନାୟକ ତଥା ବରପୁତ୍ର

ସ୍ୱର୍ଗତ “ଅଶୋକ ଦାସ”
ସଂପ୍ରତି, ରାଜନୈତିକ ଦୃଶ୍ୟପଟ୍ଟରେ ଓଡ଼ିଶା ମାଟି ଅନେକ ସ୍ୱାର୍ଥବାଦୀ, ପାୱାର ଲାଳସାରେ ନୀତିହୀନ, ଚାମଚାଗିରି, ଅଭିଳାଷପୂର୍ଣ୍ଣ, ରାଜଭୋଗ ଆଦର୍ଶରେ ରାଜତନ୍ତ୍ରକୁ ଉପଭୋଗ କରୁଥିବା, ନିଜକୁ ଜନପ୍ରିୟ ଭାବୁଥିବା ନେତାମାନଙ୍କୁ ଦେଖିଛି । କିନ୍ତୁ “ଅଶୋକ ଦାସ” ସେମାନଙ୍କ ମଧ୍ୟରୁ ସଂପୂର୍ଣ୍ଣ ବିପରିତବାଦୀ, ସ୍ୱତନ୍ତ୍ରତା ଏବଂ ଅନନ୍ୟ ରାଜନେତାର ଦିଗ୍‌ଦର୍ଶନ ଆମ୍ଭମାନଙ୍କୁ ପ୍ରେରଣାଦାୟୀ ଭାବରେ ଅନୁଗାମୀ କରିପାରିଛି । ସେ କେବଳ ସ୍ୱାଭିମାନୀ, ସାଲିସବିହୀନ ସମ୍ରାଟ ନେତା ନୁହଁନ୍ତି, ସେ ଓଡ଼ିଶା ମାତାର ଜଣେ ଅମୂଲ୍ୟ ସମ୍ପଦ । ରାଜନୈତିକ ଜୀବନରେ ସେ ନିଜର କର୍ତ୍ତବ୍ୟକୁ ସତ ପ୍ରତିଶତ ନିଷ୍ଠାର ସହ ଦାୟୀତ୍ୱ ନିର୍ବାହ କରି ଜନମାନସର ଜନପ୍ରିୟ ପ୍ରତୀକ ହୋଇପାରିଥିଲେ । ତାଙ୍କର ଦୂରଦୃଷ୍ଟି ଦିଗଦର୍ଶନ ଯୋଗୁଁ ପ୍ରବାଦ ପୁରୁଷ “ବିଜୁବାବୁ”ଙ୍କ ଅତି ସ୍ନେହପ୍ରିୟ, ଆପଣାର ହୋଇ ଜନତାଦଳ ଓ ସରକାରର ଭିନ୍ନ ଏକ ଭିଷ୍ମ ପିତାମହ ଭାବରେ ସମସ୍ତ ପ୍ରକାର ଆଦର୍ଶଗତ ରାଜନୈତିକ ଦର୍ଶନ ଦେଇ ତାଙ୍କର ପରାକାଷ୍ଠା ପ୍ରମାଣିତ କରିପାରିଥିଲେ । ଯାଜପୁରର କର୍ମମନ୍ଦିର ହେଉ ବା ସରକାରର ଓ ଦଳର ସବୁଠି ଥିଲେ କର୍ମତତ୍ପର ଓ ଜନତାଦଳର ଦୁରଦ୍ରଷ୍ଟା, ବିଶ୍ୱାସନୀୟ ସେବକର ପ୍ରତିଛବି, ଆମ୍ଭମାନଙ୍କୁ ରାଜନିତୀ ମଇଦାନରେ ଗଭୀର ଭାବରେ ଆକୃଷ୍ଟ କରିଥିଲା । ଜନତାଦଳ ସରକାର ସମୟରେ ତାଙ୍କର ଅଦମ୍ୟର ଆଦର୍ଶଗତ ନିତୀ, ନିଷ୍ଠା ଓ ପ୍ରଚେଷ୍ଟା – ଓଡ଼ିଶାର ବିକାଶ ପାଇଁ ଅବିସ୍ମରଣୀୟ । ତାଙ୍କର ଦୂରଦୃଷ୍ଟି ଉପଦେଶକୁ “ବିଜୁବାବୁ” ମାନିବା ପାଇଁ ବାଧ୍ୟ ହୋଇ ଓଡ଼ିଶାର ୧୩ ଗୋଟି ଜିଲ୍ଲାକୁ ଗୋଟିଏ ଦିନରେ, ଗୋଟିଏ କଲମ ମୁନରେ ୧୩ରୁ ୩୦ଟି ଜିଲ୍ଲାରେ ପରିଣତ ହୋଇଥିଲା । ସେ କେବଳ ଜଣେ ଜନପ୍ରିୟ ରାଜନେତା ନୁହଁନ୍ତି ଏକାଧାରରେ ବାଗ୍ମୀ, ହିନ୍ଦି, ଇଂରେଜି ଓ ଓଡ଼ିଆରେ ଗାମ୍ଭିର୍ଯ୍ୟ ଭାଷଣ ଯିଏ ଶୁଣିଛି ନିଶ୍ଚିତ ଭାବରେ ତାର ରୁମ ଟାଙ୍କୁରି ଉଠିବ । ବହୁଭାଷା, କୁଟନୈତିକ ବ୍ୟକ୍ତିପରି ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ସୁପ୍ରସିଦ୍ଧ ରାଜନିତୀରେ ବିଦ୍ୱାନ ନୁହନ୍ତି, ଦରଦୀ, ମିଷ୍ଟଭାଷୀ, ଉଦାର ସ୍ୱଭାବର ବ୍ୟକ୍ତିତ୍ୱ ଥିଲା ଭରପୁର । ଅନ୍ୟର କଥାକୁ ହୃଦୟଙ୍ଗମ କରି ଏହା ଦୂର କରିବାରେ ଯଥାଶିଘ୍ର ପଦକ୍ଷେପ ନେବାପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲେ । ଜଣେ ନିର୍ଭିକ, ସତ୍ୟଚାରୀ ପରୋପକାରୀ ସହୃଦୟ ବ୍ୟକ୍ତି ଭାବରେ ଓଡ଼ିଶାରେ ତାଙ୍କର ଖ୍ୟାତି ବହୁଉଚ୍ଚକୋଟିର ଥିଲା । ତାଙ୍କର ନୀତିବାଣୀ ଆମକୁ ରାଜନୀତି ଜୀବନରେ ସଠିକ ଦିଗଦର୍ଶନ ଦେଇଥିଲା – ସେ କୁହନ୍ତି, ସମସ୍ତଙ୍କର ଶରୀର ଅନିତ୍ୟ ଅଟେ । ରାଜନୈତିକ ପାୱାର, ଲୁଟେରାଧନ, ସମ୍ପତ୍ତି ଚିରସ୍ଥାୟୀ ନୁହେଁ । ମୃତ୍ୟୁ ସର୍ବଦା ନିକଟତର । ତେଣୁ ରାଜନୈତିକ ଧର୍ମ ପାଳନ କରିବା ଉଚିତ । ଏହି ପବିତ୍ର ରାଜ୍ୟର ଭବିଷ୍ୟତ ସେହି ଅଳ୍ପ କେତେଜଣଙ୍କ ପାଖରେ ଥିଲା ଯେଉଁମାନେ ରାଜନୈତିକ ସାଧନାରେ ବ୍ରତୀଥିଲେ । ସେହିମାନଙ୍କ ମାଧ୍ୟମରେ ଆଚରଣ କରାଯାଇ ପାରୁଥିବା ରାଜନୈତିକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ