ବାଲି ବୋଝେଇ ଭାରିଯାନ ଯୋଗୁ ରାସ୍ତା ଅବସ୍ଥା ବେହାଲ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଦୈନ ଦିନ ଶହଶହ ସଂଖ୍ୟାରେ ବାଲିବୋଝେଇ ଭାରିଯାନ ଚଳପ୍ରଚଳ ଯୋଗୁଁ ଶାଳଣିଆ- ଡ଼ଅଁର ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଉପରେ ଶାଳଣିଆ, ଡ଼ଅଁର, ଗେଡ଼ମା, ଆଇତିପୁର ଆଦି ପଞ୍ଚାୟତର ୧୫ରୁ ଉର୍ଦ୍ଧ୍ବ ଗ୍ରାମର ଲୋକମାନେ ନିର୍ଭର କରିଥାନ୍ତି। ଗତ କିଛି ବର୍ଷ ପୂର୍ବେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଜଳସମ୍ପଦ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ନିମ୍ନ ମାନର କାମ ଯୋଗୁ ଦିନ କେଇଟା ମଧ୍ୟରେ ରାସ୍ତା ଅବସ୍ଥା ଯଥା ପୂର୍ବ ତଥା ପରଂ ହୋଇଗଲା। ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିର୍ଦେଶ ରେ ଖାଲଖମା ଗୁଡିକ ପୋତାଯାଇ ଯାତାୟାତ ଉପଯୋଗୀ କରାଯାଇଥିଲା। କିନ୍ତୁ ଏବେ ଶହ ଶହ ବାଲିଵୋଝେଇ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାରେ ୪/୫ଫୁଟ ଗଭୀର ର ଖାଲଖମା ସୃଷ୍ଟି ହୋଇଛି। ବସ କିମ୍ବା ଯାତ୍ରୀବାହୀ ଯାନ ଚଳାଚଳ ବନ୍ଦ ହୋଇ ଗଲାଣି। ବାଇକ କିମ୍ବା ୪ଚକିଆ କାର ଟିଏ ବି ଯାଇ ପାରୁନି। ଏପରିକି ସରକାର ଙ୍କ ପକ୍ଷରୁ ଚଲା ଯାଉଥିବା ଲଷ୍ମୀ ବସ ଆଜି ଡ଼ଅଁର ନିକଟରୁ ଯାତ୍ରୀ ମାନଙ୍କୁ ଓହ୍ଲାଇ ଦେଇ ଫେରିଆସିଥିଲା। ଯାହାକୁ ନେଇ ଏଠାକାର ଲୋକମାନେ ଯାତାୟାତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ପ୍ରଶାସନ ବାଲି ଘାଟକୁ ବନ୍ଦ କରିବା ସହ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିଦେଇ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ