ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ ହାଇକୋର୍ଟ ରେ ଖାରଜ

ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ରାଣୀ ପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟ ର ପରିଚାଳନା ଭାର ଗତ ମାର୍ଚ୍ଚ ମାସ ୨୦୨୩ ମସିହାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ୱଲଫେୟାର ନିର୍ଦ୍ଦେଶକ ଶ୍ରୀ ଦିବାକର ସ ଅନୁପସ୍ଥିତ ଥିବା ସମୟର ଚଞ୍ଚଚକତା ଓ ବେଆଇନ ଭାବେ ତତ୍କାଳୀନ ସାମାଜିକ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ ଷଡ଼ଯନ୍ତ୍ର କରି ଜିଲ୍ଲା ପ୍ରଶାସନ ଦ୍ବାରା ଛଡ଼ାଇ ଆଣି ମିଶନ କମ୍ପାଉଣ୍ଡ ସ୍ଥିତ ହାଣ୍ଡିକାପ୍ଟ ୱଲଫେୟାର ଇନଷ୍ଟିଚ୍ୟୁଟ କୁ ପରିଚାଳନା ଭାର ଦେଇଥିଲେ। ଏ ନେଇ ୱଲଫେୟାର ଦୃଷ୍ଟିହୀନ ବିଦ୍ୟାଳୟ ର ପରିଚାଳନା ପରିଷଦ ମାନ୍ୟବର ଉଚ୍ଚନ୍ୟାୟାଳୟ ର ଦ୍ଵାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଡବ୍ଲୁପିସି କେଶ୍ ନଂ ୧୫୭୮୧/୨୦୨୩ ର ତା ୧୨/୩/୨୪ ରିଖାରେ ବିଚାର କରି ଜିଲ୍ଲାପାଳ ଙ୍କ ତା ୨୩/୩/୨୩ ରିଖ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶାସନ ସଚିବ ଙ୍କ ତା ୨୬/୪/୨୩ ରିଖ ନିର୍ଦ୍ଦେଶକୁ ଖାରଜ କରି ୱଲଫେୟାର ଅନୁଷ୍ଠାନକୁ ଦୃଷ୍ଟିହୀନ ବିଦ୍ୟାଳୟ ର ପରିଚାଳନା ଭାର ପ୍ରଦାନ କରିବାକୁ ଜିଲ୍ଲାପାଳ ଓ ସାମାଜିକ ସୁରକ୍ଷା ଅଧିକାରୀ ବାଲେଶ୍ୱର ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ