ମହାବିଦ୍ୟାଳୟ ପାଇଲା ପୁନର୍ଜନ୍ମ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ସାଗଡାସ୍ଥିତ ଜଟେଶ୍ୱର ଦେବ କଲେଜ ଅଫ୍ ଏଜୁକେଶନ ଆଣ୍ଡ ଭୋକେସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୁନର୍ଜନ୍ମ ପାଇଛି।ବିଦ୍ୟାଳୟର ସ୍ୱୀକୃତି ପ୍ରତ୍ୟାହାର କରିଥିବା ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ନିଷ୍ପତିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀଙ୍କ କୋର୍ଟ ସ୍ଥାନୀୟ ଅଞ୍ଚଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଖାରଜ କରି ବିଦ୍ୟାଳୟ ପୁନର୍ବାର ପୂର୍ବପରି ୨୦୨୪/୨୫ ଶିକ୍ଷା ବର୍ଷ ଠାରୁ ଛାତ୍ରଛାତ୍ରୀଙ୍କ ନାମ ଲେଖାଇ ଶିକ୍ଷା ଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା – ୫୪୭୭/ ୧୩.୩.୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ସମେତ ପରିଚାଳନା କମିଟି ପକ୍ଷରୁ ବିଦ୍ୟାଳୟ ଅଧ୍ୟକ୍ଷା ମୂର୍ଚ୍ଛନା ବିଶ୍ବାଳ ,ସଭାପତି ଜଳନ୍ଧର ସେନାପତି ,ସମ୍ପାଦକ ତ୍ରିଲୋଚନ ସାହୁ ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ୫ ଟି ଅଧ୍ୟକ୍ଷ ପ୍ରମୁଖ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ