ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭାରତୀୟ ଜୀବନ ବୀମା ନିଗମ ଭଦ୍ରକ ଶାଖାର ଅଭିକର୍ତ୍ତା ତଥା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭରିଆ ଗ୍ରାମର ମଦନ ମୋହନ ଜେନା(୫୩)ଙ୍କର ପରଲୋକ ଘଟିଛି । ରବିବାର ଭୋର ସମୟରେ ସେ ଅସୁସ୍ଥ ହୋଇପଡିବାରୁ ପରିବାରଲୋକେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମରଶରୀର ନିଳୋକ ବଜାରରେ ପହଞ୍ôଚବା ପରେ ଶୋଭାଯାତ୍ରାରେ ନିଜ ଗ୍ରାମକୁ ଅଣାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ସଞ୍ଜୟ ମୁଖାଗ୍ନି ଦେଇଥିଲେ । ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେ ଦୀର୍ଘ ୩୦ ବର୍ଷ ଧରି ଭାରତୀୟ ଜୀବନ ବୀମା, ଭଦ୍ରକ ଶାଖାରେ ଅଭିକର୍ତ୍ତା ଭାବେ କାର୍ଯ୍ୟ କରି ଏବେ ଚେୟାରମ୍ୟାନ୍ କ୍ଲବ ମେମ୍ବର ଥିଲେ । ସେ ଜଣେ ଶାନ୍ତ, ସରଳ, ଧର୍ମପରାୟଣ, ପରୋପକାରୀ ତଥା ସମାଜସେବୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ପରିବାରବର୍ଗଙ୍କ ସମେତ ଆତ୍ମୀୟ ସ୍ୱଜନ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ