ପଟିଆ କଲେଜରେ ଭାରତୀୟ ଭାଷା ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମାତୃଭାଷା, ମାତୃଭୂମି ଏବଂ ମୋ ମାତୃଭାଷା-ମୋ ଗର୍ବ ବିଷୟରେ ଜାତୀୟ କର୍ମଶାଳା ରବିବାର ଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଭାଷା ସମିତି, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି କର୍ମଶାଳାରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ତାପସ ଚକ୍ରବର୍ତ୍ତୀ ମାତୃଭାଷା ମାଧ୍ୟମରେ ଶିକ୍ଷା ଆଗକୁ ନିଶ୍ଚିତ ହେବ, ଏହାକୁ ବଢାଇବା ଆମ ସମସ୍ତଙ୍କର କାମ ବୋଲି ତାଙ୍କର ଭାଷଣରେ କହିଥିଲେ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଟ୍ୱିଙ୍କିଲ ପୃଷ୍ଟି ଭାଷା ମାଧ୍ୟମରେ ଔଦ୍ୟୋଗିକତା କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶ୍ୱଭାରତୀ ଶାନ୍ତିନିକତେନର ପ୍ରଫେସର ଡ. ଇନ୍ଦ୍ରମଣି ସାହୁ ଭାଷାର ବିିବିଧତା ପାଇଁ ଅନେକ ଅସୁବିଧା ହେଉଥିଲେ ମଧ୍ୟ ଓଡ଼ିଶାରେ ଏହି ବିବିଧତା ପାଇଁ ଅନେକ ଅବକ୍ଷୟ ହେଉଛି, ତାହାକୁ ରୋକିବା ଦରକାର । ଭାଷାକୁ ଆଧାର କରି ଶିକ୍ଷା ଓ ଜୀବନ ଗତିଶୀଳ ହେବା ଦରକାର ବୋଲି କହିଥିଲେ । ଆଦ୍ୟ ଅକ୍ଷର ‘ଓଁ’ରୁ ଆରମ୍ଭ ହୋଇ ଶିବସ୍ତୋତ୍ର ମାଧ୍ୟମରେ ଓ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସ୍ୱାଗତ ସଙ୍ଗୀତରେ କର୍ମଶାଳା ଆରମ୍ଭ ହୋଇଥିଲା ।ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ ଶତପଥୀ ଶବ୍ଦ ଆଉ ଅର୍ଥ ମାଧ୍ୟମରେ ବିଶ୍ୱ ଚାଲିଛି ବୋଲି ଉଦ୍‌ଘୋଷଣା କରିଥିଲେ । ଭାରତୀୟ ଭାଷା ସମିତିର ଅଧ୍ୟକ୍ଷ ଡ. ଚାରୁକ୍ରିଷ୍ଣା ଶାସ୍ତ୍ରୀ ଆଭାସୀ ମାଧ୍ୟମରେ ସବୁ ଭାଷା ରାଷ୍ଟ୍ର ଭାଷା ବୋଲି ପ୍ରେରଣା ଦେଇଥିଲେ । ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଭାଷାର ମହିମା ଗାନ କରିବା ଓ ପରେ ଭାଷାକୁ ଭୁଲିଯିବା ଠିକ୍ ନୁହେଁ ବୋଲି କହିଥିଲେ । ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା ଭାଷାର ଉନ୍ନତି ଓ ବିକାଶ ପାଇଁ ସରକାରଙ୍କ ପ୍ରୋତ୍ସାହନ ଏବେ ନବଜାଗରଣ ସୃଷ୍ଟି କରିଛି । ଏହା କେନ୍ଦ୍ର ସରକାରଙ୍କ ଭାଷା ସଂସ୍ଥାନ, ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ ଏହା ଅନେକ ପ୍ରେରଣାପଦ ହେଉଛି ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡ. ନିଶାମଣି କର, ଡ. କିଶୋର ଚନ୍ଦ୍ର ମହାନ୍ତି, ଡ. ଜ୍ଞାନ ରଞ୍ଜନ ସ୍ୱାଇଁ, ଡ. ପ୍ରଦୀପ୍ତ ପଣ୍ଡା, ଲେଖକ ନିହାର ରଞ୍ଜନ ଦାସ, ଡ. ରମେଶ ଚନ୍ଦ୍ର ବେହେରା, ଅନିନ୍ଦିତା ରାୟ, ଡ. ସ୍ୱାତୀ ପଟ୍ଟନାୟକ, ମାଳବିକା ବ୍ରହ୍ମା ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତିର ଓଡ଼ିଶା ରାଜ୍ୟ ସଂଗଠକ ତାରକ ଦାସ ସରକାର ତାଙ୍କର ମୂଲ୍ୟବାନ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ । ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରୁ ୩୦୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଚାରୋଟି ପର୍ଯ୍ୟାୟରେ ଆଲୋଚନା କରାଯାଇ ସଭାକୁ ଗୁରୁଗମ୍ଭିର କରାଯାଇଥିଲା । ଡ. ମଧୁସ୍ମିତା ଦାସ ସଭାଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ପ୍ରଥମ ଦୁଇ ପର୍ଯ୍ୟାୟରେ ଧନ୍ୟବାଦ ପ୍ରଦାନ କରିଥିଲେ ଡ. ଦୀପକ କୁମାର ମହାନ୍ତି ଏବଂ ଶେଷ ଦୁଇ ପର୍ଯ୍ୟାୟରେ ଧନ୍ୟବାଦ ପ୍ରଦାନ କରିଥିଲେ ଚିତ୍ତରଞ୍ଜନ ପଣ୍ଡା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ