ରାଇପାଳ ଠାରେ ଝାନସିଙ୍କ ପକ୍ଷରୁ ଆମ ପରିବାର ମୋଦି ପରିବାର କାର୍ଯ୍ୟକ୍ରମ

ଆନନ୍ଦପୁର/ ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ନିର୍ବାଚନ ମଣ୍ଡଳୀର କଣ୍ଟିପାଳ ପଞ୍ଚାୟତର ରାଇପାଳ ଠାରେ ବିଜେପି ନେତ୍ରୀ ଝାନସୀ ରାଣୀ ଦାସଙ୍କ ପକ୍ଷରୁ ଆମ ପରିବାର ମୋଦି ପରିବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ମଧ୍ୟାହ୍ନରେ ଝାନସୀ ରାଣୀ ଦାସଙ୍କ ପକ୍ଷରୁ ଶହ ଶହ ମହିଳା ମାନଙ୍କୁ ନେଇ ଏକ ପଦଯାତ୍ରା କରାଯିବା ପରେ ରାଇପାଳ ଫୁଟବଲ ପଡିଆ ରେ ଅନୁଷ୍ଠିତ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଶାସନ ଉପରେ ବକ୍ତବ୍ୟ ରଖିବା ସହ ଆଗାମୀ ନିର୍ବାଚନରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ବିଜୟ ବାନା ଉଡିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାରେ କଣ୍ଟି ପାଳ ପଞ୍ଚାୟତର ସରପଞ୍ଚ ଶଙ୍ଖାଳି ଚରଣ ନାୟକ, ବିଜେପି ନେତା ହରିହର ବେହେରା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ସାହୁ, ଵିଷ୍ଣୁ ପଲେଇ, ବିଜେପି ଯୁବ ମୋର୍ଚ୍ଚା ସଭାପତି ବିରବର ବାରିକ, ଗୟାଧର ସାହୁ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ଝାନସୀ ରାଣୀଙ୍କ ନେତୃତ୍ୱକୁ ସ୍ୱାଗତ କରିଥିଲେ। ଆଗାମୀ ନିର୍ବାଚନ ରେ ଆନନ୍ଦପୁର ରେ ପଦ୍ମ ଫୁଟିବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଚମରଦା, କଣ୍ଟିପାଳ, ତରତରା, ବାଉଁଶଗଡ଼, ଶାଳବଣି, ମୋଚିନ୍ଦା, କାଠକଟା ଆଦି ଗ୍ରାମରୁ ବହୁ ସଂଖ୍ୟକ ଭିନ୍ନ ଭିନ୍ନ ଦଳର କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। ବିଜେପି ନେତ୍ରୀ ଝାନସୀ ରାଣୀ ଦାସ ସେମାନଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ