ଛେନାପଦି ଠାରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କେନ୍ଦୁଝର ବନ୍ଦ ପାଳନ

ହାଟଡିହି, (ବିକାଶ ବିଶ୍ୱାଳ):ଶୁଆକାଠି ଖଣି ରୁ ଗୁହାଳଡ଼ିହି ଯାଏଁ ରେଳ ସଂଯୋଗୀ କରଣ କୁ ବିରୋଧ କରି କେନ୍ଦୁଝର ଜିଲ୍ଲା ରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ ମାଲିକ ସଙ୍ଘ। ଏହାକୁ ସମର୍ଥନ କରି ଆଜି ସକାଳ୭ଟା ଠାରୁ ଛେନାପଦିଛକରେ ଟ୍ରକ ମାଲିକ ସଙ୍ଘ ପକ୍ଷରୁ କେନ୍ଦୁଝର ବନ୍ଦ ପାଳନ କରାଯାଇଛି। ଟ୍ରକ ମାଲିକ ମାନେ ରାସ୍ତାରେ ପିକେଟିଂ କରି ଗାଡ଼ି ଚଳାଚଳ କୁ ବନ୍ଦ କରୁଛନ୍ତି। ଏପରିକି ଦୋକାନ ବଜାର ଓ ବିଭିନ୍ନ ସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି। ବନ୍ଦ ପ୍ରଭାବରେ ୫୩ନଂ ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଠିଆ ହୋଇ ରହିଛନ୍ତି ଶହ ଶହ ଗାଡି। ଯାତାୟାତ ବାଧାପ୍ରାପ୍ତ ଯୋଗୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ପଡୋଶୀ ଜିଲ୍ଲା ମାନଙ୍କରୁ ଦୂର ଦୁରାନ୍ତ କୁ ଯାଉଥିବା ଯାତ୍ରୀମାନେ ସକାଳ ଠାରୁ ରାସ୍ତାରେ ଅଟକି ରହିଛନ୍ତି। ଏହାକୁ ନେଇ ଆନ୍ଦୋଳନ ସ୍ଥଳରେ ଅନେକ ଥର ଉତ୍ତେଜନା ଦେଖାଦେଇଥିଲା। ଟ୍ରକ ମାଲିକ ସଙ୍ଘ ର ମୁଖ୍ୟ ଦାବି ରହୁଛି ଓଏମସି ଶୁଆକାଠି ଠାରୁ ଗୁହାଳୀଡ଼ିହି କୁ ରେଳସଂଯୋଗୀକରଣ କରି ଲୁହାପଥର ପରିବହନ ପ୍ରସ୍ତାବ ଯୋଗୁ ଜିଲ୍ଲାର ଅନେକ ଟ୍ରକ ମାଲିକଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ତଥା ସାଧାରଣ ଲୋକ ଅର୍ଥନୀତିକ ଦୁରାବସ୍ଥା ଭୋଗିବେ। ତେଣୁ ଏହି ପ୍ରସ୍ତାବ କୁ ବିରୋଧ କରି ଆଜି ସକାଳ ୭ଟା ଠାରୁ ଇବି ମେମ୍ବର ରବିନ୍ଦ୍ର ପୁହାଣ, ମନୋଜ ସ୍ୱାଇଁ, ଲକି ପଣ୍ଡା, ବାପୁ ପଣ୍ଡା, ଶିଶିର ବିଶ୍ୱାଳ, ମାନସ ବିଶ୍ୱାଳ, ଅଜିତ ସ୍ୱାଇଁ, ସୁଧାଂଶୁ ବିଶ୍ୱାଳ, ଦିଲ୍ଲୀପ ସାମଲ, ସୁଶାନ୍ତ ଓଝା, ବିରବର ଦାସ, ବାବୁଲି ନାୟକ, ଅମୀୟ ନାୟକ, ସୁଜିତ ନାୟକ, ଅନୀଲ ମଲ୍ଲିକ, ଲୋକନାଥ ମିଶ୍ର, ରବିନ୍ଦ୍ର ସ୍ୱାଇଁ, ବିଷ୍ଣୁ ପ୍ରସାଦ ସାହୁଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ଟ୍ରକ୍ ମାଲିକଙ୍କ ସମେତ ୫୦ରୁ ଉର୍ଦ୍ଧ୍ଵ ଟ୍ରକ ମାଲିକ ଛେନାପଦି ଛକରେ ରୁଣ୍ଡିଭୁତ ହୋଇ ପିକେଟିଂ କରି ଗାଡି ଚଳାଚଳ ବନ୍ଦ କରିବା ସହିତ ଦୋକାନ ବଜାରକୁ ବନ୍ଦ କରାଇଛନ୍ତି। ନନ୍ଦିପଦା ଥାନା ଆଇଆଇସି ରବୀନ୍ଦ୍ର ପାତ୍ର, ଏସ ଆଇ ଅରୂପ କର ପ୍ରମୁଖ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ