ଓଡ଼ିଶା ପ୍ରଗତି ଦଳର ଷଷ୍ଠତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ୨୪ ବର୍ଷ ଧରି ବିଜେଡ଼ି ସରକାର ଜନସାଧାରଣଙ୍କୁ ଭୁଆଁ ବୁଲାଇ ଚାଲିଛି । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ବାବଦ ହଜାର ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏହି ବିକାଶ ବା ବିନାଶ ଯୋଜନା କାହା ସ୍ୱାର୍ଥରେ । ଦୁଃଖ ଓ ପରିତାପର ବିଷୟ ଓଡ଼ିଶାବାସୀ ସବୁ କିଛି ଜାଣି ଶୁଣି ଚୁପ୍ ବସିଛନ୍ତି । ଏଥର ଓଡ଼ିଶାବାସୀ ବିଶେଷ କରି ମାତୃଶକ୍ତି, ଯୁବପିଢ଼ି, କୃଷକ ସରକାର ପରିବର୍ତ୍ତନ ପାଇଁ ମନ ବଦାଳାଇଛନ୍ତି । ଓଡ଼ିଶାକୁ ପରିବର୍ତ୍ତନ ନିର୍ଣ୍ଣାୟକ ଲଢ଼େଇରେ ସମସ୍ତେ ସାମିଲ୍ ହୋଇ ଶିକ୍ଷା, ସ୍ଥାସ୍ୱ୍ୟର ବିକାଶ ସହ ସୁଶାସନ, ନିଶାମୁକ୍ତ, ସ୍ୱାଭିମାନଯୁକ୍ତ ଓଡ଼ିଶାକୁ ପ୍ରଗତିର ପହଞ୍ଚାବା ପାଇଁ ମାତୃଶକ୍ତି, ଯୁବପିଢ଼ି ଏହାର ନେତୃତ୍ୱ ନିଅନ୍ତୁ ବୋଲି ବୁଧବାର ଦିନ ଲୋହିଆ ଏକାଡ଼େମୀଠାରେ ଅନୁଷ୍ଠିତ ଓଡ଼ିଶା ପ୍ରଗତି ଦଳର ଷଷ୍ଠତମ ପ୍ରତିଷ୍ଠା ଦିବସରେ ଦଳର ସଭାପତି ଶ୍ରୀ ଜନ୍ମାରୋହି ଦାସ ଆହ୍ୱାନ ଦେଇଛନ୍ତି । ଆଜି ଗାଁଠୁ ସହର ପର୍ଯ୍ୟନ୍ତ ଘରେ ଘରେ ମଦ, ଗଞ୍ଜେଇ, ବ୍ରାଉନସୁଗାର, ଚରସ, ଅଫିମ୍ ଇତ୍ୟାଦି ନିଶାଦ୍ରବ୍ୟ ପ୍ରସାର କରୁଛନ୍ତି ସରକାର । ଅସୁରକ୍ଷିତ ହୋଇ ପଡ଼ିଛନ୍ତି ମା\’ । ରାଜ୍ୟ ସରକାରଙ୍କ ବୃହତ ମଦ ନୀତି ଯୋଗୁଁ ମା\’ ଓ ଭଉଣୀମାନେ ଅସୁରକ୍ଷିତ ଏବଂ ବେସାହାର ହୋଇପଡ଼ିଛନ୍ତି । ଗାଁରେ ମଦ ବନ୍ୟା ପରିସ୍ଥିିତି ସୃଷ୍ଟି କରିବା କାରଣରୁ ଅଶ୍ଳୀଳତା ଯୋଗୁ ଯୁବପିଢ଼ି ଆଜି ପଥଭ୍ରଷ୍ଟ ହୋଇ ବିଭିନ୍ନ ହିଂସାକାଣ୍ଡ ଆଦି ଭିଆଉଛନ୍ତି, ଘରେ ଘରେ ହିଂସା ବଢ଼ିଚାଲିଛି । ପରିବାର ଛାରଖାର ହୋଇଯାଉଛି । ମା\’ମାନଙ୍କର ସ୍ୱାସ୍ଥ୍ୟ ସେବା, ଲିଙ୍ଗଗତ ଭେଦଭାବରୁ ସ୍ୱାସ୍ଥ୍ୟ ଅଧିକାରରୁ ସମ୍ପୂର୍ଣ୍ଣ ବଞ୍ôଚତ । ରାଜସ୍ୱ ଆଳରେ ସରକାରଙ୍କ ଯୋଗୁଁ ପ୍ରତିଦିନ ନାରୀ ନିର୍ଯ୍ୟତନା, ଯୌନଶୋଷଣ, ଶିଶୁ ଧର୍ଷଣ, ହିିଂସା, କମ୍ ବୟସରେ ଗର୍ଭଧାରଣ, ଧର୍ଷଣ, ଗଣଧର୍ଷଣ ଓ ହତ୍ୟା ବଢ଼ିଚାଲିଛି । ସବୁଠୁ ବେଶି ଦୁର୍ନୀତି ଲୁହାପଥର ଲୁଟ ଓ କୋଇଲା ଲୁଟ, ବକ୍‌ସାଇଟ, ଚିଟ୍‌ଫଣ୍ଡ, ଚାଉଳ ଯୋଗାଣ ସାଙ୍ଗକୁ ଶିଶୁ ଖାଦ୍ୟ ଓ ଡାଲି, ଖଣି, କୋଇଲା, ପାଣି, ଭେଜାଲ ଔଷଧ, ଜଳସେଚନ, ସମବାୟ ବିଭାଗ, ଜନ ବିରୋଧୀ ନୀତି, ଶ୍ରମିକ ବିରୋଧୀ, କୃଷକ ବିରୋଧୀ, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ଯୋଗୁଁ ହତ୍ୟା, ଚୋରୀ, ଡ଼କାୟତି, ରାହାଜାନୀ ଯୋଗୁଁ ସମସ୍ତେ ଅସୁରକ୍ଷିତ ମଣୁଛନ୍ତି । କେନ୍ଦ୍ର ସରକାରଙ୍କ ବର୍ତ୍ତମାନ ଅତ୍ୟଧିକ ଦରଦାମ ବୃଦ୍ଧିରେ ଜନସାଧାରଣ ବ୍ୟତିବ୍ୟସ୍ତ । ଶିକ୍ଷିତ ବେକାରୀ ସମସ୍ୟା ଉତ୍କଟ, ଚାଷୀ ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ଦର ନିର୍ଦ୍ଧାରଣକୁ ଆଇନଗତ ଦରଜା ଦେବା ପାଇଁ ରାଜରାସ୍ତାରେ ଶ୍ରମିକ ବେକାର କିମ୍ବା ଦାଦନ ଶ୍ରମିକ ଭାବରେ ଅଧା ପେଟରେ ବିଦେଶରେ, ସର୍ବୋପରି ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ । ମା\’ମାନେ ଜାଗ୍ରତ ସାବଧାନ ହୁଅନ୍ତୁ । ମା\’ ହିଁ ଗଢ଼ିବ ଝିଅ ଓ ପୁଅର ଜୀବନ, ଝିଅ ଓ ପୁଅର ଚରିତ୍ର ସମ୍ମାନ, ମାନସିକ ବିକୃତ / ଅପରାଧୀ / ଅସାମାଜିକ, ଯୁବ କାମନାକୁ ଶିଖାଅ । ପ୍ରତ୍ୟେକ ନାରୀ ତା\’ର ମା\’ କିମ୍ବା ଭଉଣୀ । ସେ ପବିତ୍ର ନାରୀଠାରୁ ଜନ୍ମ । ପର ନାରୀର ଅସମ୍ମାନ ନିଜର ମା\’ର ଅସମ୍ମାନ । ସମାଜ ସୁଧାରିବା ଆମେମାନେ ଶାନ୍ତିରେ ବଞ୍ôଚରହିବା । ଆସନ୍ତୁ ଆମେ ସମସ୍ତେ ରାଜ୍ୟବାସୀ ସଂକଳ୍ପ ନେବା ମା\’ର ସମ୍ମାନ ଦେଶର ସମ୍ମାନ ଅଭିଯାନ ଯାତ୍ରାରେ ସାମିଲ ହୋଇ ୧୯୫୬ ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନ ତୁରନ୍ତ ଲାଗୁ କରିବା । ମା\’ ଭଉଣୀ ଓ ମାତୃଶକ୍ତି / ଯୁବପିଢ଼ି ଜାଗ୍ରତ ହୁଅ ନିଶା ବିରୋଧୀରେ ଅନ୍ୟାୟ, ଅତ୍ୟାଚାର, ନାରୀ ନିର୍ଯ୍ୟାତନା, ଦୁର୍ଷ୍କମ ବିରୁଦ୍ଧରେ ଜବାବ ଦିଅ । ଘରେ ଘରେ ମୁଁ ବି ବିଧାୟକ ସାଂସଦ ହେବି ଏହି ଅଭିଯାନରେ ସାମିଲ ହୋଇ ନିଜ ପସନ୍ଦର ମା\’ମାନଙ୍କୁ ଯୁବପିଢ଼ି ବିଜୟ କରିବା ପାଇଁ ଭୋଟ ଦେବା ପାଇଁ ବିନମ୍ର ଅନୁରୋଧ କରାଯାଇଛି । ଏହି ପ୍ରତିଷ୍ଠା ଦିବସରେ ଦଳର ଉପସଭାପତି ଯଜ୍ଞପ୍ରସାଦ ମହାନ୍ତି, ମହିଳାମୋର୍ଚ୍ଚା ସଭାପତି ସାଗରିକା ଶତପଥୀ, ରାଜ୍ୟ ସାଧାରଣ ସମ୍ପାଦିକା ବିଦ୍ୟୁଲତା ଓଝା, ରାଜ୍ୟ ସମ୍ପାଦକ ଲିଙ୍ଗରାଜ ଦାସ, ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ସାହୁ, ଯୁବଶାଖା ସଭାପତି ସୁଶାନ୍ତ କୁମାର ବିଶୋୟୀ, ନମିତା କୁଅଁର, ଭାନୁମତି ନାୟକ, ପ୍ରମୋଦ କୁମାର ଭୋଇ, ଦାମୋଦର ଭିତ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ମିଡ଼ିଆ ସେଲ୍‌ର ମୁଖ୍ୟ ସୌମ୍ୟ ରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ