ଗଜପତିରେ ୩୦ ଫୁଟ ପୋଲ ତଳକୁ ଖସିଲା ବାଇକ,୨ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ -ପ୍ରାୟ ୩୦ ଫୁଟ ପୋଲ ତଳକୁ ଖସିଲା ବାଇକ l ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ଘଟଣା ଘଟିଛି ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଛେଳିଗଡ଼ ବିଦ୍ୟୁତ ସବଷ୍ଟେସନ ନିକଟସ୍ଥ ପୋଲରେ l ମୃତକ ହେଲେ ଛେଳିଗଡ଼ ଖ୍ରୀଷ୍ଟିଆନ ସାହିର ମଣ୍ଟୁ ପାଳ(୨୨) ଓ ଟୁକୁନା ସିଂ(୩୧) l ଖବର ପାଇ ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି l ସୂଚନା ପ୍ରକାରେ ମଙ୍ଗଳବାର ମଧ୍ୟାହ୍ନରେ ଛେଳିଗଡ଼ ଗାଁର ମଣ୍ଟୁ ଓ ଟୁକୁନା ଗୋଟିଏ ବାଇକରେ ନିକଟସ୍ଥ ଡୁମ୍ବା ଗାଁ ଆଡକୁ ଯାଉଥିଲେ l ଏହି ସମୟରେ ବିଦ୍ୟୁତ ସବଷ୍ଟେସନ ନିକଟରେ ଥିବା ପୋଲର ଗାର୍ଡ ୱାଲକୁ ଧକା ଦେଇ ଭାରସାମ୍ୟ ହରାଇ ପ୍ରାୟ ୩୦ଫୁଟ ତଳକୁ ଖସିପଡ଼ିଥିଲେ l ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ମଣ୍ଟୁ ଓ ଟୁକୁନା ଙ୍କୁମୃତ ଘୋଷଣା କରିଛନ୍ତି l ଆର. ଉଦୟଗିରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ ଜବତ କରିଛି l ଏଥିସହ ଚନ୍ଦ୍ରଗିରି ମେଡିକାଲ ରେ ଦୁଇ ଜଣଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ପଠାଇଛି l ଘଟଣାର ତଦନ୍ତ ଚାଲିଥିବା ଆର.ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ