ସାନ ଭାଇକୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ ବଡ ଭାଇ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସାନ ଭାଇକୁ ହତ୍ୟା ପାଇଁ ବଡ଼ଭାଇ ଷଡ଼ଯନ୍ତ୍ର ରଚିଥିଲା । ଏଥିପାଇଁ ଇଟାଭାଟିରେ ଖଞ୍ଜିଥୁଲା ବିପୁଳ ଡିଟୋନେଟର । ତେବେ ଇଟାଭାଟି ରେ ଡି ଟୋନେଟର ବିସ୍ପୋରଣ ପରେ ସାନ ଭାଇ ସହ କିଛି ବ୍ୟକ୍ତି ଆହତ ହେବାପରେ ବଡ ଭାଇର ଷଡଯନ୍ତ୍ର ପର୍ଦ୍ଦାଫାଶ କରିଛି ମୋହନା ପୋଲିସ । ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ବଡ଼ମଳେଇ ଗ୍ରାମରେ । ପୋଲିସ ବଡ ଭାଇ ପ୍ରକାଶ ଦଳେଇ (୪୦)କୁ ଗିରଫ କରିବା ସହ ତା ଠାରୁ ବିପୁଳ ପରିମାଣର ଦିଟୋନେଟର ଜବତ କରିଛି । ଏସମ୍ପର୍କରେ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ବଡମଳେଇ ଗାଁର ସିମା ଦଳାଇଙ୍କ ସହ କିଛି ଯୁବକ ଏକ ଇଟାଭାଟିରେ କାମ କରନ୍ତି । ରବିବାର ଇଟଭାଟିରେ କାମ କରୁଥିବା ବେଳେ ଅଚାନକ ବିଭିନ୍ନ ସ୍ଥାନରେ ବି ସ୍ପୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସିମ ଦଳାଇ ସମେତ ଅନ୍ୟ କିଛି ଯୁବକ ଆହତ ହୋଇଥିଲା । ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚ୍ ତଦନ୍ତ କରିଥିଲେ। ତଦନ୍ତ ପରେ ଆହତ ହୋଇଥିବା ସୀମାଙ୍କ ବଡ଼ ଭାଇ ପ୍ରକାଶକୁ ପଚରା ଉଚୁରା କରିଥିଲେ । ଏହାପରେ ତାଙ୍କ ଘରୁ ବିପୁଳ ପରିମାଣର ଡିଟୋନେଟର ପୋଲିସ ଜବତ କରିଥିଲା। ଆହତ ସୀମା ଦଳାଇଙ୍କ ଏତଲା ପ୍ରକାରେ ଥାନାରେ କେଶ ନମ୍ବର ୬୩ / ୨୪ ରେ ମାମଲା ରୁଜୁ କରାଯାଇଛି । ପୂର୍ବରୁ ଦୁଇ ଭାଇ ମଧ୍ୟରେ ଝଗଡ଼ା ସହ ପାରିବାରିକ ଅଶାନ୍ତି ଲାଗିରହିଥୁଲା । ତେଣୁ ତାଙ୍କୁ ଡିଟୋନେଟର ବିସ୍ପୋରଣ କରି ହତ୍ୟା କରିବାକୁ ବଡ ଭାଇ ପ୍ରକାଶ ଷଡ଼ଯନ୍ତ୍ର ରଚିଥିଲା ବୋଲି ସୀମା ଥାନାରେ ଅଭିଯୋଗ କରିଛନ୍ତି । ତେବେ ପ୍ରକାଶ କେବେ ଓ କେଉଁଠୁ ଏତେ ପରିମାଣର ଡିଟୋନେଟର ଆଣିଥିଲା ତାହାର ତଦନ୍ତ ଚାଲିଥୁବା ଥାନା ଅଧୂକାରୀ କହିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ