ସ୍ପର୍ଶ ଇଂରାଜୀ ବିଦ୍ୟାଳୟର ୧୩ ତମ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ ତମ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସେବା ନିବୃତ ପୋଲିସ ପ୍ରଶାସକ ତଥା ଯୁବ ସମାଜସେବୀ ରାଇସେନ ମୁର୍ମୁ, ମୁଖ୍ୟ ବକ୍ତା ଗୋରୁମହିଷାଣୀ ଯୁକ୍ତ ୨ କଲେଜର ଓଡ଼ିଆ ଅଧ୍ୟାପକ ଡଃ ଦିଗମ୍ବର ଗିରି , ଅନୁଷ୍ଠାନ ର ଅଧ୍ୟକ୍ଷ ବ୍ରଜ କିଶୋର ସେଠୀ,ଅନ୍ୟତମ ଅତିଥି ଅବସରପ୍ରାପ୍ତ ଶିକ୍ଷକ ସୁଶାନ୍ତ ପରୀକ୍ଷା, କାଉନସିଲର ସୁକଦେବ ବେହେରା,ଯୁବ ସାମାଜିକ କର୍ମୀ ପଙ୍କଜ ସିଂ,ସଂଜୟ ଗିରି ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶିକ୍ଷକ,ଅଭିଭାବକ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ବିଦ୍ୟାର୍ଥୀମାନେ ଆଗକୁ ବଢି ପାରିବେ ।କଠିନ ପରିଶ୍ରମ, ଅଧ୍ୟବସାୟ, ଗୁରୁଭକ୍ତି ହିଁ ବିଦ୍ୟାର୍ଥୀ ମାନଙ୍କ ଶୃଙ୍ଖଳିତ ଜୀବନ ସହ ଜୀବନରେ ସଫଳ ସୋପାନରେ ପହଞ୍ଚିବାରେ ସହାୟକ ହୋଇଥାଏ । ସମସ୍ତେ ମଧ୍ୟ ବିଦ୍ୟାଳୟର ଶୈଖିକଵାତାଵରଣ ସହ ସୁସ୍ଥ ପରିବେଶ ସୃଷ୍ଟି କରିବା ଦରକାର ।ପରେ ବାର୍ଷିକୋତ୍ସବ ଅବସରରେ ପୂର୍ବରୁ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ।ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ