ବିମାନ ରେ ଗାଁ ଗାଁ ବୁଲି ମାଧବାନନ୍ଦ ଖାଉଛନ୍ତି ଦ୍ଵାରୀ ଭୋଗ

ନିମାପଡ଼ା, (ସନ୍ତୋଷ ଦାଶ):ଋତୁରାଜ ବସନ୍ତର ଆଗମନରେ ଫୁଲେଇ ଫଗୁଣ ଧରାପୃଷ୍ଠକୁ ଅବତରଣ କରିଛି। ସବୁଜ ଗଛପତ୍ର ସହିତ ପଳାଶ ଓ ଶିମିଳି ଫୁଲର ନାଲି ଓଢ଼ଣୀରେ ସଜେଇ ହୋଇଛି ପ୍ରକୃତି ରାଣୀ। ପ୍ରକୃତିକୁ ସ୍ୱାଗତ କରିବା ପାଇଁ ଫଗୁଣ ନେଇ ଆସିଛି ରଙ୍ଗର ପର୍ବ ଦୋଳଯାତ୍ରା । ପବିତ୍ର ଦୋଳପୂର୍ଣ୍ଣିମା ଅବସରରେ ଉତ୍ସବମୁଖର ହୋଇଉଠିଛି ପୁରୀ ଜିଲ୍ଲା ର ନୟାହାଟ ଅଞ୍ଚଳ। ଗାଁ ଗାଁ ରେ ଉତ୍ସବ ଓ ଆଧ୍ୟାତ୍ମିକତାର ପରିବେଶ। ନୟାହାଟ ଅଞ୍ଚଳ ର ପ୍ରାୟ ୬୦ ଟି ଗାଁ ରେ ରାଧା ଗୋବିନ୍ଦ ଓ ପ୍ରଭୁ ମାଧବାନନ୍ଦ ସ୍ୱ ସ୍ୱ ବିମାନ ରେ ବୁଲି ଦ୍ୱାରୀ ଭୋଗ ଖାଉଥିବାବେଳେ ଆସନ୍ତା ଦ୍ୱିତୀୟା ତିଥି ରେ ନିଭରଣ ଓ ପଲ୍ଲୀ ଛକଠାରେ , ରବିବାର ଦିନ ପିଣ୍ଡଳ ଠାରେ ଦୋଳ ଜମାଣ ଅନୁଷ୍ଠିତ ହେବ। ସବୁ ଗାଁରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ମେଳଣ ପ୍ରସ୍ତୁତି। ସ୍ଥାନୀୟ ନରସିଂହପୁର ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ମାଧବାନନ୍ଦ ସ୍ଵ ସୁସଜ୍ଜିତ ବିମାନରେ ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି। ଦ୍ୱିତୀୟା ତିଥି ରେ ପ୍ରଭୁ ମାଧବାନନ୍ଦ ଓ ପ୍ରଭୁ ଯୋଗେଶ୍ୱର ଙ୍କ ମଧ୍ୟରେ ଧୁମାଳୋ ଠାରେ ହରି ହର ଭେଟ ଉତ୍ସବ ଅନୁଷ୍ଠିତ ହେବା ପରେ ଉଭୟ ଠାକୁର ବିମାନ ରେ ନିଭରଣ ଗାଁ କୁ ଯାଇ ସେଠାରେ ଅନୁଷ୍ଠିତ ଆଠ ଦୋଳ ମେଳଣ ଉତ୍ସବ ରେ ଅଂଶ ଗ୍ରହଣ କରିବେ ବୋଲି କହିଛନ୍ତି ମାଧବା ନନ୍ଦ ଙ୍କ ପୂଜକ ବିଜୟ କୁମାର ପାଢ଼ୀ। ଦୋଳ ଉତ୍ସବ ପାଇଁ ନୟାହାଟ ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ