୧୯୮୬ ଵ୍ୟାଚ ବିଦ୍ୟାର୍ଥୀ ଙ୍କ ବନ୍ଧୁମିଳନ
ବଳଙ୍ଗା /ପୁରୀ, (ଯୁଗାବ୍ଦ ନ୍ୟୁଜ):ବଳଙ୍ଗା ନିକଟସ୍ତ ଶାଇଁଷ ଶାସନ ପଂଚାୟତ, ଉଚ୍ଚ ବିଦ୍ୟାଳୟରେ ୧୯୮୬ ମସିହା ଉଚ୍ଚ ବିଦ୍ୟାଳୟ ର ବିଦ୍ୟାର୍ଥୀ ମାନଙ୍କ ଏକ ବନ୍ଧୁ ମିଳନ ଓ ଗୁରୁପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି.ଏହି କାର୍ୟ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରତିଷ୍ଠାତା ତଥା ପ୍ରଥମ ପ୍ରଧାନ ଶିକ୍ଷକ ସ୍ବର୍ଗତ ନିତ୍ୟାନନ୍ଦ ରଥ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଦ୍ୱାରିକା ନାଥ ରଥ, ଗୁରୁ ଏପ୍ସିତ ପଟନାୟକ ପ୍ରମୁଖ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ତାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ସମାଜରେ କିଛି ଭଲ କାମ କରିବା ପାଇଁ ବିଦ୍ୟାର୍ଥୀ ମାନେ ପ୍ରତିଜ୍ଞା କରିଥିଲେ.ଏହି ଅବସରରେ ଗୁରୁ ସୁରେନ୍ଦ୍ର ନାଥ ଦାସ, ଗିରିଧାରୀ ବିଶ୍ୱାଳ କୁଞ୍ଜ ବିହାରୀ ପ୍ରଧାନ, ରଘୁନାଥ ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା ସତ୍ୟନ୍ଦ୍ର ନାଥ ରଥ ସଭାଟିକୁ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସରୋଜିନୀ ମିଶ୍ର. କାର୍ୟ୍ୟକ୍ରମ କୁ ପ୍ରମୁଖ ସହଯୋଗ କରିଥିଲେ ନିହାର ପଟନାୟକ, ଜଗନ୍ନାଥ ମହାପାତ୍ର ଓ ମଙ୍ଗରାଜ ରଥ.