ଗଞ୍ଜେଇ ବେପାରକୁ ନେଇ ଅପହୃତ ଯୁବକ ଉଦ୍ଧାର, ପୋଲିସର ତନାଘନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଞ୍ଜେଇ ବେପାରକୁ ନେଇ ଅପହୃତ ଯୁବକକୁ ପୋଲିସ ଉଦ୍ଧାର କରିଛି. ଏହି ଘଟଣା ନେଇ ପୋଲିସର ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଅପହୃତ ଯୁବକକୁ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି.ଗଜପତି ଜିଲ୍ଲା ଅଡ଼ବା ଥାନା ରାଇଜୁକା ଗ୍ରାମର ଆନେ ଆଲୋକ ମାଝୀ ଗଞ୍ଜାମ ଜିଲ୍ଲା କୋଦଳା ଅଞ୍ଚଳର ଏକ ଗଞ୍ଜେଇ ରାକେଟ ସହ କାମ କରୁ କରୁଥିଲେ | ଉକ୍ତ ରାକେଟରେ ବହୁ ଯୁବକ ସଂଶ୍ଳିଷ୍ଟ ଥିବାବେଳେ ଆଲୋକ ଗଜପତିରୁ ଗଞ୍ଜେଇ ନେଇ ସେଠାରେ ଦେଇଥାନ୍ତି। ତେବେ ରାକେଟର ଅନ୍ୟ ସଦସ୍ୟଙ୍କ ଅଜାଣତରେ ଆଲୋକ ୨୦ ଲକ୍ଷ ଟଙ୍କାର ଗଞ୍ଜେଇ କାହାକୁ ବିକ୍ରି କରି ଦେଇଥିଲେ। ଏହି ଘଟଣାକୁ ନେଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହ ବକେୟା ଟଙ୍କା ହିସାବ ଆଲୋକକୁ ମାଗିଥିଲେ ରାକେଟର ସଦସ୍ୟ | କିନ୍ତୁ ଗତ ୧୬ ତାରିଖରେ ଆଲୋକ ରାଇଜୁକା ଗ୍ରାମର ପ୍ରାନ୍ତର ନାୟକ ତଥା ନିଜ ସାଙ୍ଗକୁ ବାହାନା କରି କୋଦଳା ଅଞ୍ଚଳକୁ ଅପହରଣ କରି ନେଇଯାଇଥିଲେ । ସେଠାରେ ସାଙ୍ଗ ପ୍ରାନ୍ତରକୁ ରାକେଟର ଅନ୍ୟ ସଦସ୍ୟଙ୍କ ପାଖରେ ବନ୍ଧା ରଖିବା ସହ ଟଙ୍କା ଯୋଗାଡ଼ କରି ଦେଲେ ତାଙ୍କୁ ଛଡା ଯିବ ବୋଲି କହିଥିଲେ । ଏନେଇ ପ୍ରାନ୍ତର ପରିବାର ଲୋକେ ଅଡ଼ବା ଥାନାରେ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ I ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା | କୋଦଳା ପୁଲିସ ସେ ସହାୟତାରେ ଅଡ଼ବା ପୁଲିସ ପ୍ରାନ୍ତରଙ୍କୁ କୋଦଳା ଥାନା ଅଞ୍ଚଳ ଜୋଗୀୟକୂଳ ଗ୍ରାମର ପ୍ରମୋଦ ସାହୁଙ୍କ ଘରୁ ଉଦ୍ଧାର କରିଥିବା ଅଡବା ଥାନା ତରଫରୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦିଆ ଯାଇଛି. ଅଟକ ରଖୁଥ‌ିବା ଯୁବକ ତାଙ୍କୁ ତାଙ୍କୁ ପ୍ରବଳ ପ୍ରବ ମାଡ଼ ମାରିଥିବ ଉଦ୍ଧାର ହେବାପରେ ପ୍ରାନ୍ତର ପୋଲିସକୁ କହିଛନ୍ତି । ପ୍ରାନ୍ତରଙ୍କୁ ପୋଲିସ ଉଦ୍ଧାର କରି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି. ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଅଡ଼ବା ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ