ବିଶ୍ୱ ଜଳ ଦିବସ ଅବସରରେ ଜଳଦାନ କେନ୍ଦ୍ରର ଶୁଭାରମ୍ଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ମହାତ୍ମାଗାନ୍ଧୀ ମାର୍ଗରେ ଏକ ଜଳଦାନ କେନ୍ଦ୍ରର ଶୁଭାରମ୍ଭ କରାଯାଇଅଛି | ଆଗାମୀ ଦିନରେ ହେବାକୁ ଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ପଥଚାରୀ ମାନଙ୍କୁ ପ୍ରତ୍ୟେହ ସ୍ଵଛ ପାନୀୟ ଜଳ ପ୍ରଦାନ ନିମନ୍ତେ ସାମାଜିକ ଅନୁଷ୍ଠାନ ଜନମଙ୍ଗଳ ପରିଷଦ ପକ୍ଷରୁ ଏହା ଆରମ୍ଭ କରାଯାଇଅଛି | ଏହା ଆସନ୍ତା ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି । ଶୁଭାରମ୍ଭ କାର୍ଯ୍ୟକ୍ରମରେ କମିସନର ପୋଲିସ ଜୋନ ୧ ର ଏସିପି ଶ୍ରୀଯୁକ୍ତ ଶୁଭ ନାରାୟଣ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟ୍ରେନିଙ୍ଗ ସେଲ୍ ଏସିପି ଶ୍ରୀ ଯୁକ୍ତ ମାନସ ଗଡ଼ନାୟକ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ, ଯୁବ କର୍ମୀ ନିରଞ୍ଜନ ସାହୁ, ସୁକାନ୍ତ ମହାନ୍ତି, ସିମାଦ୍ରି ଶେଖର ସାହାଣୀ, ବୈଲୋଚନ ସାହୁ, ମାନସ ବସ୍ତିଆ,ରୁତୁରାଜ ପଟ୍ଟନାୟକ ମାନି ପଣ୍ଡା, ନାରାୟଣ ଚନ୍ଦ୍ର ଓଝା, ଅରୁଣ ସ୍ୱାଇଁ, ସଞ୍ଜୟ ପରିଡ଼ା, ନଟବର ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ