ଶ୍ରୀରାମପୁର ପଞ୍ଚାୟତରେ ସଦର ବିଜେପିର ‘ମହା ମିଶ୍ରଣ ପର୍ବ’

ବାଲେଶ୍ୱର, (ସରୋଜ ପଣ୍ଡା):ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବାକୁ ଯାଉଅଛି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଗ୍ୟାରେଣ୍ଟିକୁ ଭରସା କରି ସାରା ଓଡିଶାରେ ତୃଣମୂଳ ସ୍ତରରୁ ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ସାମିଲ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶ୍ରୀରାମପୁର ପଞ୍ଚାୟତରେ ସଦର ବିଜେପି ପକ୍ଷରୁ ‘ମହା ମିଶ୍ରଣ ପର୍ବ’ ଅନୁଷ୍ଠିତ ହୋଇଯାଇଅଛି । ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଶ୍ରୀରାମପୁର ପଞ୍ଚାୟତର ବହୁ ବିଜେଡି ଓ କଂଗ୍ରେସ ଦଳର ନେତା ଏବଂ କର୍ମୀ ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ବିଜେପି ପରିବାରରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଯାଇ ଦଳରେ ସାମିଲ କରାଯାଇଥିଲା । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ତଥା ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି. ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ସଦର ନେତା ମାନସ କୁମାର ଦତ୍ତଙ୍କ ଦୃଢ କାର୍ଯ୍ୟଦକ୍ଷତା ଏବଂ ନେତୃତ୍ୱ ଉପରେ ଭରସା ରଖି ତପନ ବେହେରା, ଦୀନବନ୍ଧୁ ମହାଳିକ, ଲକ୍ଷ୍ମୀକାନ୍ତ ନାୟକ, ଶଶି ରାଉତ, ତପନ ଜେନା, ସଦାନନ୍ଦ ମହାନ୍ତି, ଜୟ ବାରିକ, ମନୋଜ ରାଉତ, ସନ୍ତୋଷ ଦାସ, ଭୀମଚରଣ ଦାସ, ସନ୍ୟାସୀ ମଲ୍ଲିକ, ସନାତନ ବେହେରା, ରାମ ମାଝୀ, ବୀର ମାଝୀ, ଜଟ ମାରାଣ୍ଡି, ବାଦଲ ମୁର୍ମୁ, ଭାସ୍କର ଜେନା, ଗୋପାଲ ଚନ୍ଦ୍ର ଜେନା, ମାଳତୀ ଜେନା ଆଦି ବହୁ ସଂଖ୍ୟାରେ ବିଜେପିରେ ଯୋଗଦାନ କରିଛନ୍ତି । ଆଜି ଓଡିଶାରେ ଜନସାଧାରଣ ବିଜୁ ଜନତା ଦଳର ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି । ଦୀର୍ଘ ୨୪ ବର୍ଷ ଶାସନରେ ଆଜି ଓଡିଶାରେ ଦୁର୍ନୀତି, ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଦଳରେ ମିଶିଥିବା ଅନୁଭବୀ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ବୁଥ ସ୍ତରରେ ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ଅଧିକ ସୁଦୃଢ କରିବା ସହିତ ଅଧିକରୁ ଅଧିକ ଜନତାଙ୍କ ଆସ୍ଥାଭାଜନ ହେବାରେ ସହାୟକ ହେବ ବୋଲି ସଦର ନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ୨୧ ଲୋକସଭା ଏବଂ ୧୪୭ ବିଧାନସଭାରେ ଭାରତୀୟ ଜନତା ପାର୍ଟି ଏକାକୀ ଲଢିବା ସହ ୨୦୨୪ ରେ ଓଡିଶାରେ ଡବଲ ଇଞ୍ଜିନ ସରକାର ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହାଦ୍ୱାରା କାର୍ଯ୍ୟକର୍ତ୍ତା ଭିତରେ ଆହୁରି ଅଧିକ ଉତ୍ସାହ ଦେଖାଦେଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ମଣ୍ଡଳ ସଭାପତି ତପନ ଗିରି, ମଣ୍ଡଳ ସହ ପ୍ରଭାରୀ ହରେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜୀ, ପଞ୍ଚାୟତ ସଭାପତି ଉମାକାନ୍ତ ପ୍ରଧାନ, ଚକ୍ରଧର ସେଠୀ, ସାଧାଣେ ସମ୍ପାଦକ କାର୍ତ୍ତିକ ପ୍ରଧାନ, ଅରବିନ୍ଦ ଜେନା, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ମଧୁସୂଦନ ମଲ୍ଲିକ, କମଳାକାନ୍ତ ସିଂ, ରଞ୍ଜିତ ସେଠୀ, ଉମାକାନ୍ତ ଦାସ, ଛଛିନ୍ଦ୍ର ଦଳେଇ, ରତ୍ନାକର ଜେନା, ମାନସ ରାଉତ, ଚକ୍ରଧର ନାୟକ, ଗଙ୍ଗାମଣୀ ଧଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ