ହୋଲିରେ ରାସାୟନିକ ଯୁକ୍ତ ରଙ୍ଗର ବିକ୍ରି ନିଷିଦ୍ଧ ପାଇଁ ଉଠିଲା ଦାବୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦିନ କେଇଟା ପରେ ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଏ ନେଇ ବଜାରରେ ଭଳିକି ଭଳି ଯଥା ନାଲି, ନୀଳ, ସବୁଜ, ଗେରୁଆ, କଳା ଇତ୍ୟାଦି ରଙ୍ଗର ପସରା ଖୋଲିଗଲାଣି । ପ୍ରାୟ ଦୋକାନରେ ରାସାୟନିକ ଯୁକ୍ତ ରଙ୍ଗରେ ଭର୍ତ୍ତି । ଯାହା ଜହର ସହ ସମାନ । କାଁ ଭାଁ ଦୋକାନରେ ପ୍ରାକୃତିକ ରଙ୍ଗ ବିକ୍ରି ହେଉଥିବା ସମୟରେ ଆଉ ସବୁଠି ଏ ଶସ୍ତା ଜହର ରଙ୍ଗ । ଯାହା ମଣିଷ ଶରୀର ପାଇଁ ସମ୍ପୂର୍ଣ୍ଣ ହାନୀକାରକ । କ୍ୟାନସ୍‌ର ପରି ମାରାତ୍ମକ ରୋଗ ସୃଷ୍ଟି ହେବାଠାରୁ ଧରି ଏ ରଙ୍ଗ କିଡ଼୍‌ନୀ, ଶ୍ୱାସ, ଚକ୍ଷୁକୁ ଗଭୀର କ୍ଷତି ପହଞ୍ଚାଇଥାଏ । ତେବେ ଏ ଜହର ରଙ୍ଗ ବଜାରରେ ଅନୁମତିରେ ନା ବିନା ଅନୁମତିରେ ବିକ୍ରି ଚାଲିଛି? ଜନସାଧାରଣଙ୍କ ସ୍ୱାର୍ଥ ଓ ସୁରକ୍ଷା ଲାଗି ପ୍ରତିଦିନ ନୂଆ ଆଇନ୍‌, ନିୟମ ସରକାର ଲାଗୁ କରିଛନ୍ତି । କିନ୍ତୁ ଏ ରଙ୍ଗର ପର୍ବ ହୋଲିରେ ଏ ଜହର ଯୁକ୍ତ ରଙ୍ଗକୁ ନିଷିଦ୍ଧ ବା ରୋକ୍ ଲାଗି ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ପଦକ୍ଷେପ ନେଉନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବେଶବିତ୍ ସୁଶାନ୍ତ ସାହୁ । କେବଳ ମଣିଷ ଶରୀର ପାଇଁ ଏ ରଙ୍ଗ ଘାତକ ଭାବିବା ଭୁଲ୍ । ଏହା ଜୀବଜନ୍ତୁ, ଜଳଜୀବ ପ୍ରତି ବିପଦ ସୃଷ୍ଟି କରିବା ସହ ଜଳସମ୍ପଦକୁ ପ୍ରଦୂଷିତ ଓ ନଷ୍ଟ କରିଦେଇଥାଏ । ଶ୍ରୀ ସାହୁ ଏ ରଙ୍ଗ ସମ୍ପର୍କରେ କୁହନ୍ତି – ଯେମିତିକି କପ୍‌ର ସଲ୍‌ଫେଟ୍‌ରୁ ପ୍ରସ୍ତୁତ ହୋଇଥାଏ ସବୁଜ ରଙ୍ଗ । ଏହା ଶରୀର ସଂସ୍ପର୍ଶରେ ଆସିଲେ ଦୃଷ୍ଟି ଶକ୍ତିକୁ ନଷ୍ଟ କରିଦେଇଥାଏ । ଆଲୁମିନିୟମ୍ କ୍ରୋମାଇଡ୍‌ରୁ ସିଲଭର ରଙ୍ଗ, ଯାହା ଶରୀରରେ କ୍ୟାନ୍‌ସର ପରି ମାରାତ୍ମକ ରୋଗ ସୃଷ୍ଟି କରିଥାଏ । ମରକ୍ୟୁରି ସଲ୍‌ଫାଇଟ୍‌ରୁ ଲାଲ ରଙ୍ଗ, ଯାହା ଚର୍ମ କର୍ମଟ ରୋଗ ସୃଷ୍ଟିରେ ସହାୟକ ହୋଇଥାଏ । ଲିଡ୍ ଅକ୍ସାଇଡ୍‌ରୁ କଳାରଙ୍ଗ, ଯାହା କିଡ୍‌ନୀର କାର୍ଯ୍ୟକୁ ବନ୍ଦ କରିଦେବା ସହ ବ୍ୟକ୍ତିର ମାନସିକ ସ୍ତରରେ ଗଭୀର ପ୍ରଭାବ ପକାଇଥାଏ । ଏନେଇ ସୁଶାନ୍ତ ରାସାୟନିକ ଯୁକ୍ତ ରଙ୍ଗର ବିକ୍ରିକୁ ରଙ୍ଗର ପର୍ବ ହୋଲିରେ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ଲାଗି ପ୍ରଶାସନ ନିକଟରେ ଏକ ପ୍ରେସ୍ ବିବୃତ୍ତିରେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ